ଭକୁଆ ବନେଇଲେ ମିଆଁ-ବିବି, ଶୋ’ ପ୍ରମୋସନ ପାଇଁ କରିଥିଲେ ଡିଭୋର୍ସ ଡ୍ରାମା !

କରାଚି: ଶୋ’ ପ୍ରମୋସନ ପାଇଁ ଡିଭୋର୍ସ ଡ୍ରାମା । ସାନିଆ ମିର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଇଣ୍ଟରନେଟରେ ଅନେକ ଖବର ଟ୍ରେଣ୍ଡ କରୁଥିବା ବେଳେ ସେମାନଙ୍କ ନୂଆ ଶୋ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଟିଟି ପ୍ଲାଟଫର୍ମରେ ସାନିଆ ଓ ସୋଏବଙ୍କ ଦ ମିର୍ଜା ମଲ୍ଲିକ ଶୋ’ ପ୍ରସାରିତ ହେବ ବୋଲି ଅଫିସିଆଲ ଇନଷ୍ଟା ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଉର୍ଦ୍ଦୁଫ୍ଲିକ୍ସ ପକ୍ଷରୁ ଏହି ପୋଷ୍ଟ ପରେ ଷ୍ଟାର କପଲଙ୍କ ବିବାହ ବିଚ୍ଛେଦ ଖବର କେବଳ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କୁହାଯାଉଛି । ଶୋ’ ପ୍ରମୋସନ ପାଇଁ ଏପରି କରାଯାଇଥିବା କୁହାଯାଉଛି ।

୨୦୨୨ ମାର୍ଚ୍ଚରେ ସୋଏବ ମଲ୍ଲିକ ଏ ନେଇ ଆନାଉନ୍ସମେଣ୍ଟ କରିଥିଲେ । ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ପାକିସ୍ତାନୀ ମିଡିଆରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ସାନିଆ ମଧ୍ୟ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏ ନେଇ ସଙ୍କେତ ଦେଇଥିଲେ ।