ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ

1 min read

ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ। IMSME ବିଭାଗକୁ ପଠାଇଲେ ଇସ୍ତଫା ପତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨ ଥର ସଭାପତି ଦାୟିତ୍ୱରେ ଥିଲେ ସଂଗ୍ରାମ କେଶରୀ । ୩୧ ଅଗଷ୍ଟ ୨୦୧୯ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ। ଏହା ପରେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ଅମଳରେ ଖଦି ବୋର୍ଡ଼ର ଥିବା ଅନେକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭୀମପୁରୀ ୟୁଟିଲିଟି ମଲର କାମ ଆରମ୍ଭ ହୋଇଛି। ସେହି ସମୟରେ ୩ ହଜାରରୁ ଅଧିକ ଯୁବପୀଢ଼ିଙ୍କୁ ଗ୍ରାମଉଦ୍ୟୋଗ ଆରମ୍ଭ କରିବା ପାଇଁ ଲୋନ ଦିଆଯାଇଛି। ରାଜ୍ୟରେ ମହୁ ଚାଷର ପ୍ରଚାର ପ୍ରସାର ପାଇଁ ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି।