ଅଙ୍କିତା ତୁମେ ଚାହିଁଥିଲେ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତ… କାହିଁକି ଏମିତି କହିଲେ ଅଭିନେତାଙ୍କ ବନ୍ଧୁ?

1 min read
sandeep singh emotional post for ankita and sushant singh rajput

ମୁମ୍ବାଇ: ଦୀର୍ଘ ଦିନ ଧରି ସୁଶାନ୍ତ ସିଂ ରାଜପୁତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଥିବା ସନ୍ଦୀପ ସିଂ ଅଭିନେତାଙ୍କ ମୃତ୍ୟୁ ନେଇ ଅନେକ ଦୁଃଖ ପ୍ରକାଶ କରିଛନ୍ତି । ନିକଟରେ ସନ୍ଦୀପ, ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ଏକ ଲମ୍ବା ପୋଷ୍ଟ ଇନଷ୍ଟାଗ୍ରାମ ସେୟାର କରିଛନ୍ତି । ସେ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କର ଅନେକ ମୁହୂର୍ତ୍ତ ପ୍ରକାଶ କରିଛନ୍ତି । ଏହି ପୋଷ୍ଟରେ ସେ ସୁଶାନ୍ତଙ୍କ ଜୀବନରେ ଅଙ୍କିତାଙ୍କ ମହତ୍ୱ କ’ଣ ବୋଲି କହିଛନ୍ତି।

ସନ୍ଦୀପ ଲେଖିଛନ୍ତି ଯେ, ‘ପ୍ରିୟ ଅଙ୍କିତା, ଦିନକୁ ଦିନ ମୋ ମନକୁ ବାରମ୍ବାର ଆସୁଛି ଯେ ଆମେ ଅଧିକ ଚେଷ୍ଟା କରିଥିଲେ ସୁଶାନ୍ତ ଆଜି ଆମ ଗହଣରେ ଉପସ୍ଥିତ ଥାନ୍ତେ । ଯେତେବେଳେ ସୁଶାନ୍ତଙ୍କଠାରୁ ତୁମେ ଅଲଗା ହୋଇଥିଲ, ତୁମେ କେବଳ ତାଙ୍କର ସଫଳତା ପାଇଁ ପ୍ରାର୍ଥନା କରୁଥିଲ । ତୁମ ପ୍ରେମ ତାଙ୍କ ପାଇଁ ସତ୍ୟ ଥିଲା । ଏହା ବହୁତ ସ୍ପେଶିଆଲ ଥିଲା । ଅଙ୍କିତା ଏପର୍ଯ୍ୟନ୍ତ ତାଙ୍କ ଘର ନାମପ୍ଲେଟରୁ ସୁଶାନ୍ତଙ୍କ ନାଁ ହଟେଇନାହାନ୍ତି । ମୋର ସେହି ଦିନ ମନେ ଅଛି, ଯେତେବେଳେ ଆମେ ଏକାଠି ପରିବାର ଭଳି ଲୋଖଣ୍ଡୱାଲାରେ ରହୁଥିଲୁ । ଆମେ ଅନେକ ମୁହୂର୍ତ୍ତ ଏକାଠି ବଞ୍ଚିଛୁ । ଏକାଠି ରାନ୍ଧିବା, ଏକାଠି ଖାଇବା, ମଟନ୍ ଭାତ, ଆମର ଲମ୍ୱା ଡ୍ରାଇଭ୍, କେବେ ଲୋଖଣ୍ଡୱାଲା ତ କେବେ ଗୋଆ । ଆମର ଏକାଠି ହୋଲି ପାଳିବା । ସେହି ହଁସ, ଜୀବନର ସେହି ମୁହୂର୍ତ୍ତ, କିଛି ଭୁଲି ହେଉ ନାହିଁ । ଏହା ସହ ସେ ଲେଖିଛନ୍ତି ଯେ, ଅଙ୍କିତା ସେମାନଙ୍କଠାରୁ ଅଧିକ ଆକ୍ଟିଭ ଥିଲେ ।

“ଅଙ୍କିତା ସୁଶାନ୍ତଙ୍କ ମୁହଁରେ ହଁସ ଆଣି ପାରନ୍ତି। ଦୁହେଁ ପ୍ରକୃତ ପ୍ରେମର ଉଦାହରଣ ଥିଲ। ଏହି ସ୍ମୃତିଗୁଡ଼ିକ ମୋ ହୃଦୟକୁ ଆଘାତ ଦେଉଛି । ମୁଁ ଏହି ସବୁ ମୁହୂର୍ତ୍ତକୁ ଫେରାଇ ଆଣିବାକୁ ଚାହୁଁଛି । ମୁଁ ତାଙ୍କୁ ଫେରାଇ ଆଣିବାକୁ ଚାହୁଁଛି  । ମୁଁ ଆମ ତିନିଜଣଙ୍କୁ ଫେରାଇ ଆଣିବାକୁ ଚାହୁଁଛି ।  ସନ୍ଦିପଙ୍କ ଅନୁସାରେ କେବଳ ଅଙ୍କିତା ହିଁ ତାଙ୍କୁ ରକ୍ଷା କରିପାରିଥାନ୍ତେ । ”

https://www.instagram.com/p/CBn0XV5pYku/?utm_source=ig_embed

ସନ୍ଦୀପ ଲେଖିଛନ୍ତି, ‘ମୁଁ ଚାହୁଁଥିଲି ତୁମେ ଦୁହେଁ ବିବାହ କର। ଯେମିତି ଆମେ ସ୍ୱପ୍ନ ଦେଖିଥିଲୁ । ଯଦି ସେ ତୁମକୁ ରହିବାକୁ ଦେଇଥାନ୍ତେ ତୁମେ ତାଙ୍କୁ ବଞ୍ଚାଇଥାନ୍ତ  । ତୁମେ ତାଙ୍କର ଗର୍ଲଫ୍ରେଣ୍ଡ, ପତ୍ନୀ, ମାଆ, ସବୁକିଛି ଥିଲ । ମୁଁ ଅଙ୍କିତାକୁ ବହୁତ ଭଲ ପାଏ  । ଆଶା କରୁଛି ଯେ, ତୁମ ଭଳି ବନ୍ଧୁଙ୍କୁ ମୁଁ କେବେ ହରାଇବି ନାହିଁ  ।

ସନ୍ଦୀପଙ୍କର ଏହି ଅଙ୍କିତା ପାଇଁ ଏହି ଭାବପ୍ରବଣ ପୋଷ୍ଟ ଅନେକଙ୍କୁ ସ୍ତବ୍ଦ କରିଦେଇଛି । ଏହା ପଢିବା ପରେ ଦର୍ଶକ ଭାବୁଛନ୍ତି ଯେ, ଅଙ୍କିତା ଓ ସୁଶାନ୍ତ ଅଲଗା ନହୋଇଥିଲେ ସେ ଏବେ ଆମ ଗହଣରେ ଥାନ୍ତେ । ଅଙ୍କିତା ସୁଶାନ୍ତଙ୍କୁ ନିଜ ଜୀବନଠୁ ଅଧିକା ଭଲ ପାଉଥିଲେ । ହେଲେ ପରସ୍ପର ଅଲଗା ହେବା ପରେ ସବୁକିଛି ଭାଙ୍ଗିଯାଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଏଯାଏଁ ଅନେକ ଲୋକେ ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତ ଯେଉଁଠାରେ ଅଛନ୍ତି ଭଲରେ ଥାନ୍ତୁ ବୋଲି ସବୁ ପ୍ରାର୍ଥନା କରୁଛନ୍ତି ।

Leave a Reply