spot_img

Latest Posts

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟରେ କାର୍ଯ୍ୟ ଆରମ୍ଭ କରିଛି ଏଏସଆଇ। ଦ୍ନିତୀୟ ଦିନରେ କାମ ଜାରି ରହିଛି। ଗତକାଲି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି। ଏହି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ବ୍ୟବସ୍ଥା ରହିବ। ଯାହାଦ୍ୱାରା ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ। ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ବେଢାରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୫ରୁ ୬ଫୁଟରେ ଏକ ଗର୍ତ୍ତ ଖୋଳାଯିବ । ଏହି ବାଟ ଦେଇ ଗର୍ଭଗୃହରୁ ବାଲି କଢ଼ାଯିବ। ବାଲି କାଢ଼ିବା କାର୍ଯ୍ୟ ଏଏସଆଇ କରିବ। ବାଲି କାଢ଼ିବା ପାଇଁ ୩ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ବାର ବନ୍ଦ କରିଦେଇଥିଲେ । ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ରୁର୍‌କୀସ୍ଥିତ ସିବିଆରଆଇ ପକ୍ଷରୁ ମନ୍ଦିରର ବାହ୍ୟ ଓ ଗର୍ଭଗୃହର ଏଣ୍ଡୋସ୍କୋପି, ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତି ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ ୧୭ ଫୁଟ ବାଲି ଛାଡ଼ିରହିଥିବା ଜଣାପଡ଼ିଥିଲା। କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସ୍ୱାଗତ କରାଯାଇଛି । ତେବେ ସମସ୍ତ ଯୋଜନାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି ।

Latest Posts

Don't Miss