ବାଲି ଚୋରାଉଥିଲେ ମାଫିଆ, ରୋକିବାରୁ ଉପଜିଲ୍ଲାପାଳଙ୍କୁ କଲେ ଆକ୍ରମଣ

ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଦହପଡା ନିକଟରେ ଆକ୍ରମଣ ହୋଇଛି । ଆହତ ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଚୋରା ବାଲି ଚାଲାଣ ଯାଞ୍ଚ କରିବା ସମୟରେ ଆକ୍ରମଣ କରିଥିଲେ । ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମଧ୍ୟ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।