ଭାରପ୍ରାପ୍ତ ତହସିଲଦାରଙ୍କ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବାରିପଦା: ବାଲି ମାଫିଆଙ୍କ ଗୁଣ୍ଡାରାଜ । ଭାରପ୍ରାପ୍ତ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ । ମୟୁରଭଞ୍ଜ ସାରସକଣା ତହସିଲ ପାଣ୍ଡରା ଗାଁର ଅଘଟଣ । ବୁଧବାର ବିଳମ୍ବିତ ରାତିରେ ତହସିଲଦାର ମହିନୀ ନାଏକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ଯାହାକୁ ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ ହୋଇଛି । ବାଲି ବୋଝେଇ ଟ୍ରକକୁ ସ୍କର୍ପିଓରେ ବସି ପିଛା କରୁଥିବା ବେଳେ ତାଙ୍କ ଗାଡ଼ିକୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି ।

୭ରୁ ୮ ଦୁର୍ବୃତ୍ତ ଗାଡ଼ି ଭାଙ୍ଗିବା ସବ ଡ୍ରାଇଭର ଓ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ।

Leave a Reply