ବାଲୁକା କଳାରେ ସୂର୍ଣ୍ଣ ବିଜୟୀ ନୀରଜଙ୍କୁ ଶୁଭେଛା ଜଣାଇଲେ ଶିଳ୍ପୀ ସୁଦର୍ଶନ

ପୁରୀ: ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜିଣିଛନ୍ତି ସ୍ବର୍ଣ୍ଣ ପଦକ । ଜାଭେଲିନ ଥ୍ରୋରେ ତାଙ୍କର ଐତିହାସିକ ସଫଳତା ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ନୀରଜ ଦେଶ ପାଇଁ ଗୌରବ ବୋଲି କହିଛନ୍ତି ସୁଦର୍ଶନ ।

ଅଲିମ୍ପିକ୍ସ ଇତିହାସରେ ଭାରତର ରେକର୍ଡ । ଜାପାନରେ ଭାରତର ଜୟ ଜୟକାର । ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଭାରତ ସ୍ବାଧୀନତା ପରଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା, ତାହା ଆଜି କରି ଦେଖାଇଛନ୍ତି ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

87 ଦଶମିକ 58 ମିଟର ରେକର୍ଡ ଥ୍ରୋ କରି ବିଶ୍ବର ସବୁଠୁ ଆଗରେ ରହିଛନ୍ତି ନୀରଜ ଚୋପ୍ରା । ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ।

Leave a Reply