ବାଲୁକା କଳାରେ ରଥଯାତ୍ରା ଶୁଭେଚ୍ଛା ଦେଲେ ବାଲୁକା ଶିଳ୍ପୀ ମାନସ କୁମାର

ପୁରୀ: ରଥଯାତ୍ରା ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲୁକା କଳା ମାଧ୍ଯମରେ ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି ।
ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜଗନ୍ନାଥ ମନ୍ଦିରର ପ୍ରତିକୃତି ମଧ୍ୟ ନିର୍ମାଣ କରିଛନ୍ତି । ୨୦ ଫୁଟ ଓସାର ଏବଂ ୬ ଫୁଟ ଲମ୍ବର ଏହି କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା ।