କାଳୀପୂଜାରେ ବାଲୁକା ଶିଳ୍ପୀ ମନ ଜିଣିଲେ, ବାଲୁକା କଳାରେ ଦେଲେ ପୃଥିବୀକୁ ବଞ୍ଚାଇବାର ବାର୍ତ୍ତା

1 min read

ପଶ୍ଚିମବଙ୍ଗରେ ଚମକିଲା ଆଠମଲ୍ଲିକର ପ୍ରତିଭା । ପବିତ୍ର କାଳୀପୂଜା ଅବସରରେ ନିଜର ବାଲୁକାକଳା ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣି ପାରିଛନ୍ତି ଶିଳ୍ପୀ ରୁବେଲାଲ୍ ପ୍ରଧାନ। ୧୩ ଫୁଟ ଉଚ୍ଚତା ଓ ୨୬ ଫୁଟ୍ ପ୍ରସ୍ଥର ସୁଉଚ୍ଚ କାରୁକାର୍ଯ୍ୟ ନିଶ୍ଚିତ ମନୋଲୋଭା ଓ ସ୍ମରଣୀୟ। ପଶ୍ଚିମ ମେଦିନିପୁର ଅନ୍ତର୍ଗତ ତମଲୁକ୍ ସହରରେ ବିଶ୍ବ ତାପନ ଦିବଶ ଏବଂ ପୃଥିବୀକୁ ବଞ୍ଚାଇବା ର ନିଖୁଣ ପ୍ରଦର୍ଶନ ବାଲୁକାରେ କରିଛନ୍ତି ।

ଗୋଟିଏ ପାର୍ଶ୍ୱରେ ସୁନ୍ଦର ବିଶ୍ୱକୁ ଉପସ୍ଥାପନ କରିଥିବା ବେଳେ ଅନ୍ୟ ପାର୍ଶ୍ଵରେ ଆଜିର ଦିନରେ ବୃକ୍ଷକାଟି ସହର ଗଢ଼ିଉଠିଥିବା ଦର୍ଶାଇଛନ୍ତି । ପ୍ଲାଷ୍ଟିକ୍‌ର ଭୟାବହତା ବିଶ୍ୱକୁ ଗ୍ରାସ କରିବାକୁ ବସିଥିବା ବେଳେ ପ୍ଲାଷ୍ଟିକ୍‌ ବର୍ଜନ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଏହାସହ ସଡକ ସୁରକ୍ଷା, ରକ୍ତଦାନ, ନାରୀ ସୁରକ୍ଷା ର ବାର୍ତ୍ତା ଦେଇ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଶିଳ୍ପୀ ରୁବେଲ ପ୍ରଧାନ । ମଧ୍ୟଭାଗରେ ମା କାଳୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ବେଶ ଆକର୍ଷଣୀୟ ଲାଗୁଛି। ')}

Leave a Reply