୭୪ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

୧୬ ଅକ୍ଟୋବର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ନବୀନ ପଦାର୍ପଣ କରିଛନ୍ତି । ସେନେଇ ନବୀନଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ତେବେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

ବାଲୁକାକଳାରେ ନବୀନଙ୍କର ଏକ ପ୍ରତିକୃତି ସେ ପୁରୀ ବେଳାଭୂମୀରେ ପ୍ରସ୍ତୁତ କରିଛନ୍ତି । ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ। ନବୀନଙ୍କୁ ଏକ ଉତ୍ତମ ମୁଖ୍ୟମନ୍ତ୍ରୀ ଭାବେ ବିବେଚନା କରିବା ସହିତ ତାଙ୍କର ଦୀର୍ଘାୟୁ ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକାକଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସୁଦର୍ଶନଙ୍କ କଳାକୃତିକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହିତ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରାଯାଇଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.