spot_img

Latest Posts

ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଦୀପରେ ଝଲସୁଛି ବଡ଼ ଦାଣ୍ଡ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶିଳାନ୍ୟାସ । ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା । ଶୁଭ ମୁହୁର୍ତ୍ତ ପୂର୍ବରୁ ସ୍ୱର୍ଣ୍ଣଭା ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପରିକ୍ରମା ପ୍ରକଳ୍ପର ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲୁକା କଳାରେ ସିଂହଦ୍ୱାର ସହିତ ପାର୍ଶ୍ୱ ଦେବାଦେବୀ ନିର୍ମାଣ କରାଯାଇଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅପାର ଉତ୍ସାହ ଦେଖିବାକୁ ମିଳିଛି । ଶତାଧିକ ଦୀପରେ ଝଲସି ଉଠିଛି  ବଡ଼ଦାଣ୍ଡ । ରଙ୍ଗୋଲୀର ରଙ୍ଗରେ ରଙ୍ଗୀନ ହୋଇପଡ଼ିଛି ଶ୍ରୀଗୁଣ୍ଡିଚା ପ୍ରାଙ୍ଗଣ । ଆସନ୍ତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶତାଧିକ ଦୀପ ଜାଳିଛନ୍ତି ମହିଳା। ୩୨ଟି ଓ୍ୱାର୍ଡର ମହିଳା ଦୀପ ଜାଳିବା ସହିତ ରଙ୍ଗୋଲିରେ ବଡ଼ ଦାଣ୍ଡକୁ ସଜାଇଛନ୍ତି।

Latest Posts

Don't Miss