ସାନଖେମୁଣ୍ଡି ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ପାଇଁ ପ୍ରଚାର କଲେ ମାଆ ଏବଂ ଭଉଣୀ
1 min read
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ l ଯେଉଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ଧରାକୋଟ ଗଡ଼ର ରାଜା ସାହିବା ତଥା ଧରାକୋଟ ବ୍ଲକ ଅଧ୍ୟକ୍ଷ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଗୀତାଞ୍ଜଳିଙ୍କ ପାଇଁ ପ୍ରଚାର କରୁଛନ୍ତି ନିଜ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବି ଏବଂ ସାଥିରେ ଅଛନ୍ତି ସାନ ଭଉଣୀ ଶାନ୍ତିପ୍ରିୟା ଗୀତାଞ୍ଜଳି l ଲୋକଙ୍କ ପାଖକୁ ଯାଇ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକର ପଞ୍ଚାୟତକୁ ପଞ୍ଚାୟତ ବୁଲି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି ।