ଜାଣନ୍ତୁ ରିଆଲିଟି ସୋ ‘ବିଗ୍ ବସ୍ ଓଟିଟି ୩’ବିଜେତା ସନା ମକବୁଲଙ୍କୁ ମିଳିଲା କଣ

ନନ୍ଦିଘୋଷ ବ୍ୟୁରୋ: ରିଆଲିଟି ସୋ ‘ବିଗ୍ ବସ୍ ଓଟିଟି ୩’ର ଫାଇନାଲରେ ସନା ମକବୁଲ ଟ୍ରଫି ଜିତିଛନ୍ତି। ଫାଇନାଲରେ ଟପ୍-୫ ଫାଇନାଲିଷ୍ଟ ରଣବୀର ଶୋରି, ନାଜି, ସାଇ କେଟାନ ରାଓ, ସାନା ମାକବୁଲ ଏବଂ କ୍ରିତିକା ମଲିକ ଥିଲେ। ତେବେ ରାପର୍ ନାଜି ‘ବିଗ୍ ବସ୍ ଓଟିଟି ୩’ର ରନର୍ ଅପ ହୋଇଛନ୍ତି। ସନା ରାପର୍ ନାଜିଙ୍କୁ ପରାସ୍ତ କରି ସିଜନ ୩ର ଟ୍ରଫି ହାତେଇଛନ୍ତି। ଟ୍ରଫି ସହିତ ସନାଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କା ମିଳିଛି। ‘ବିଗ୍ ବସ୍ ଓଟିଟି ୩’ର ବିଜେତା ହେବା ପରେ ସନା ବେଶ୍ ଖୁସି ଦେଖାଯାଉଥିଲେ। ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି।
୧୩ ଜୁନ୍ ୧୯୯୩ରେ ଜନ୍ମ ହୋଇଥିବା ସନା, ଜଣେ ମଡେଲ ଓ ଅଭିନେତ୍ରୀ। ସନାଙ୍କର ଜନ୍ମ ମୁମ୍ବାଇରେ। ପ୍ରଥମେ ସନା ଖାଁ ଥିଲା ତାଙ୍କ ନାଁ, ପରେ ସନା ଖାଁରୁ ହେଲେ ସନା ମକବୁଲ । ସ୍କୁଲରେ ପଢିବା ସମୟରୁ ହିଁ ସେ ଛୋଟ ଛୋଟ ପିଲାଙ୍କୁ ଟ୍ଯୁସନ୍ କରିବା ଆରମ୍ଭ କରିଥିଲେ । କାହା ଉପରେ ନିର୍ଭର କରିବାକୁ ଚାହୁଁ ନଥିଲେ ସନା । ୧୦୦ ୨୦୦ ଟଙ୍କାରେ ସେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସ୍କୁଲିଂ ପରେ ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ କରିଲେ ସନା । ପରେ ସେ ଟେଲିଭିଜନ୍ ଦୁନିଆରେ ପାଦ ଥାପିଲେ। ସେ ୨୦୦୯ରେ ‘MTV Teen Diva’ରେ ଭାଗ ନେଇଥିଲେ। ୨୦୧୨ରେ ଫେମିନା ମିସ୍ ଇଣ୍ଡିଆରେ ଫେମିନା ମିସ୍ ବିୟୁଟିଫୁଲ୍ ସ୍ମାଇଲ ଟାଇଟଲ୍ ହାତେଇଥିଲେ ସନା। ୨୦୨୧ରେ ଖତରୋଁ କେ ଖିଲାଡି ୧୧ରେ ସନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଖୁବ୍ କମ୍ ସମୟ ଭିତରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସନା। ଏମିତିକି ଧାରାବାହିକ ‘ଇସ୍ ପ୍ଯାର କୋ କ୍ଯା ନାମ୍ ଦୁଁ’ ରେ ଲାବଣ୍ଯା ଚରିତ୍ରରେ ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ସେହିପରି ‘ଆଦତ ସେ ମଜବୁର’, ‘ବିଶ୍ବ’ ରେ ବି ଦେଖିବାକୁ ମିଳିଲା ସନାଙ୍କୁ। ଏହାଛଡା ଅନେକ ମ୍ଯୁଜିକ୍ ଭିଡିଓରେ ବି ନଜର ଆସିଛନ୍ତି ସନା। ୨୦୨୦ରେ ଏକ ବଡ଼ ଅଘଟଣ ଘଟିଯାଇଥିଲା ସନାଙ୍କ ସହ, ଯେଉଁଥିପାଇଁ ସନାଙ୍କ ଚେହେରାର କିଛି ଅଂଶ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଡିଲା। ଏହାପରେ ୨୦୧ରେ ଖତରୋଁ କେ ଖିଲାଡିରେ ଦେଖିବାକୁ ମିଳିଲା ସନାଙ୍କୁ। ଆଉ ଏବେ ସନା ଜିତିଛନ୍ତି ବିଗବସ୍ ଓଟିଟି ୩ର ବିଜେତା ।