ସନାଙ୍କୁ ହତ୍ୟା କରିଥିଲେ ସ୍ବାମୀ, ଜାଣନ୍ତୁ ହତ୍ୟା ପଛର କାହାଣୀ

ମଧ୍ୟପ୍ରଦେଶ: ମହାରାଷ୍ଟ୍ରର ବିଜେପି ନେତ୍ରୀ ସନା ଖାନ ନିଖୋଜ ଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସ୍ବାମୀ ଅମିତ ସାହୁ ତାଙ୍କୁ ହତ୍ୟା କରିଥିବା ନେଇ ସନାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ୪ ତାରିଖରେ ପୁଲି ଅମିତଙ୍କୁ ଗିରଫ କରିଥିବାବେଳେ ମାରାଥନ ଜେରା କରିଥିଲା । ଆଉ ଅମିତ ନିଜେ ପତ୍ନୀଙ୍କୁ ହତ୍ୟା କରିଥିବା ମଧ୍ୟ ମାନିଛନ୍ତି ।  ହତ୍ୟା ପରେ ନଦୀରେ ଫୋପାଡ଼ି ଦେଇଥିଲା । ତେବେ ଏହି ହତ୍ୟା ପଛର କାହାଣୀ କହିଛି ଅମିତ୍ ।

ନାଗପୁର ବିଜେପିର ସଂଖ୍ୟାଲଘୁ ମେର୍ଚ୍ଚାର ସାଧାରଣ ସମ୍ପାଦକ ଥିବା ସନା ଅମିତଙ୍କ ପ୍ରେମରେ ପଡ଼ିଥିଲେ । ଅମିତ ସନାଙ୍କଠାରୁ ଟଙ୍କା ନେଇ ବ୍ୟବସାୟ କରୁଥିଲେ । ଏପରିକି ଉଭୟ ମିଶି ବ୍ୟବସାୟ ମଧ୍ୟ କରୁଥିଲେ । ୬ମାସ ପୂର୍ବେ କୋର୍ଟରେ ବିବାହ କରିଥିଲେ । କିଛି ଦିନ ସେମାନଙ୍କ ବ୍ୟବସାୟ ଭଲ ଚାଲିଥିଲା । କିନ୍ତୁ ଯେତେବେଳେ ସନା ଅମିତଙ୍କୁ ଟଙ୍କା ମାଗିଥିଲେ ଉଭୟ ମଧ୍ୟରେ ଝଗଡ଼ା ହୋଇଥିଲା । ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଜବଲପୁରରେ ସନା ଯେତେବେଳେ ପହଞ୍ଚଥିଲେ ସେତେବେଳେ ଉଭୟଙ୍କ ଝଗଡ଼ା ଉଗ୍ର ରୂପ ନେଇଥିଲା । ସନା ଏସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ମାତ୍ର ପରେ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିଲା । ପରିବାର ଲୋକେ ଚିନ୍ତାରେ ରହିଥିବାବେଳେ ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଖୋଳତାଡ଼ କରିବା ସହ ଅମିତଙ୍କୁ ପଚରା ଉଚରା କରିଥିଲା । ତାଙ୍କୁ ଗିରଫ କରିବା ସହ ଜେରା କରିଥିଲା । ଅମିତ ସତ ପୁଲିସ ସମ୍ମୁଖରେ କହିଥିଲେ । ସେ କହିଛନ୍ତି କି, ବାଡ଼ିରେ ମାଡ଼ ମାରୁଥିବାବେଳେ ସନାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଲୁଚାଇବା ପାଇଁ ଅମିତ ସନାଙ୍କ ମୃତଦେହକୁ ନଦୀରେ ଫୋପାଡ଼ି ଦେଇଥିବା ମାନିଛି ।