ଭଡ଼ାରେ ନେଇ ପାରିବେ ସାମାସଙ୍ଗର ଦାମୀ ମୋବାଇଲ !

1 min read

ନୂଆଦିଲ୍ଲୀ: ଏଣିକି ଭଡ଼ାରେ ମିଳିବ ଦାମୀ ସ୍ମାର୍ଟଫୋନ୍। ଲୋକପ୍ରିୟ ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନିଆରା ପ୍ରଗ୍ରାମ ‘Samsung Flagship Mobiles Rental Programme’। ଏହି ପ୍ରୋଗ୍ରାମରେ ଗ୍ରାହକ କମ୍ପାନୀର ଦାମୀ ଦାମୀ ସ୍ମାର୍ଟଫୋନକୁ କମ୍ ଟଙ୍କାରେ ନେଇପାରିବେ। ଅର୍ଥାତ ଯେଉଁ ଲୋକମାନେ ସାମସଙ୍ଗର ଦାମୀ ମୋବାଇଲ କିଣିବାରେ ଅକ୍ଷମ ସେମାନେ କମ୍ ଟଙ୍କାରେ ଏହାକୁ ଭଡ଼ାରେ ନେଇପାରିବେ ଓ ନିଜ ସୁବିଧା ଅନୁଯାୟୀ ବ୍ୟବହାର ମଧ୍ୟ କରିପାରିବେ।

‘Samsung Flagship Mobiles Rental Programme’ରେ ଗ୍ରାହକ Samsung Galaxy S20 ସିରିଜର ଜବରଦସ୍ତ ସ୍ମାର୍ଟଫୋନଗୁଡ଼ିକୁ  ଏକ ମାସ, ୩ ମାସ, ୬ ମାସ ଏବଂ ୧୨ ମାସ ପାଇଁ ଭଡାରେ ନେଇ ବ୍ୟବହାର କରିପାରିବେ। ତେବେ ଏଥିପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଦେବାକୁ ପଡ଼ିବ। ଗ୍ରାହକମାନେ ସାମସଙ୍ଗ ଷ୍ଟୋର୍‌କୁ ଯାଇ ସେମାନଙ୍କର ପ୍ରିୟ ସାମସଙ୍ଗ ଗାଲାକ୍ସି ଫୋନ୍ ବାଛିପାରିବେ ଏବଂ ମାସିକ ଭଡା ଦେଇ ନେଇପାରିବେ। ଅବଶ୍ୟ, ଏହି ସୁବିଧା ବର୍ତ୍ତମାନ  କେବଳ ଜର୍ମାନୀରେ ପ୍ରଚଳିତ ହୋଇଛି। ଗ୍ରାହକ ଗ୍ରୋଭର କମ୍ପାନୀ ମାଧ୍ୟମରେ ସାମସଙ୍ଗର କୁଲ୍ ଫୋନ୍ ଭଡାରେ ନେଇପାରିବେ।

ସାମସଙ୍ଗର ଏହି ଭଡା କାର୍ଯ୍ୟକ୍ରମରେ, ସାମସଙ୍ଗର ଜବରଦସ୍ତ ଫୋନ୍ Samsung Galaxy S20 FEର 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟକୁ ଗ୍ରାହକ ମାସକ ପାଇଁ ୫୯.୯୦ ୟୁରୋ, 3 ମାସ ପାଇଁ ମାସିକ ୪୯.୯୦ ୟୁରୋ ଓ ୬ ମାସ ପାଇଁ ମାସିକ ୩୯.୯୦ ୟୁରୋ ଏବଂ ଗୋଟିଏ ବର୍ଷ ପାଇଁ ମାସିକ ୨୯.୨୦ ୟୁରୋ ଦେଇ ଭଡ଼ାରେ ନେଇପାରିବେ। ଏହିଭଳି ଭାବେ ସାମସଙ୍ଗର ଭିନ୍ନ ଭିନ୍ନ ସ୍ମାର୍ଟଫୋନକୁ ଆପଣ ଏକ ନିର୍ଦ୍ଧିଷ୍ଟ ଟଙ୍କା ଦେଇ ଭଡ଼ାରେ ନେଇପାରିବେ।

Leave a Reply