ମୁଢ଼ି ପ୍ୟାକେଟ ଧରି ବାଲେଶ୍ୱର ଜେଲକୁ ଗଲେ ସମୀର

1 min read

ନନ୍ଦିଘୋଷ ବ୍ୟୁରୋ: ହାତରେ ମୁଢ଼ି ପ୍ୟାକେଟ ଧରି ବାଲେଶ୍ୱର ଜେଲକୁ ଗଲେ ସମୀର କୁମାର ସାହୁ । ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୁଣି ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି ଫକୀର ମୋହନ କଲେଜର ବିବାଦୀୟ HOD ସମୀର କୁମାର ସାହୁ । କ୍ରାଇମବ୍ରାଞ୍ଚର ତିନି ଦିନିଆ ରିମାଣ୍ଡରେ ଥିଲେ ସମୀର ସାହୁ । ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ସମୀରଙ୍କୁ ଜେଲରେ ଛାଡ଼ିଛି କ୍ରାଇମବ୍ରାଞ୍ଚ । ସୋମବାର ତିନି ଦିନିଆ ରିମାଣ୍ଡରେ ସମୀରଙ୍କୁ ନେଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା । ମୃତ ଛାତ୍ରୀଙ୍କ ଫୋନ କଲ ରେକର୍ଡ ଓ ସାଥୀଙ୍କ ବୟାନ ଓ ଫରେନସିକ ଏଭିଡ଼େନ୍ସ କ୍ରାଇମବ୍ରାଞ୍ଚର ହସ୍ତଗତ ହେବାପରେ ତଦନ୍ତ ଆଗକୁ ବଢ଼ାଇବା ପାଇଁ ସମୀରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା । ତେବେ ଆବେଦନକୁ ଗ୍ରହଣ କରି ବାଲେଶ୍ୱର SDJM କୋର୍ଟ ୩ ଦିନିଆ ରିମାଣ୍ଡ ମଞ୍ଜୁରୀ ଦେବାପରେ ସମୀରଙ୍କୁ ଧରି କଟକ ମୁଖ୍ୟାଳୟରେ ମାରାଥନ ପଚରାଉଚରା କରୁଥିଲା କ୍ରାଇମବ୍ରାଞ୍ଚ ଟିମ ।