ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ସମୀର ଦାଶ, PM ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ପାଇଁ  ଚିଠି

1 min read

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଚିଠି । ପିଏମ୍ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ଶୀଘ୍ର ପ୍ରଦାନ ପାଇଁ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପିଏମ୍ ପୋଷଣ ଯୋଜନା ପାଇଁ କେନ୍ଦ୍ର ସରକାର ୨୦୨୨ ମସିହା ସେପ୍ଟେମ୍ବର ୨୦ ତାରିଖରେ ୨୭ ହଜାର ୯୯୫.୩୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଅବଶିଷ୍ଟ ଅର୍ଥ ଏଯାଏ ଆସିନାହିଁ । ଫଳରେ ରାଜ୍ୟରେ ପିଏମ୍ ପୋଷଣ ଯୋଜନା ଚଳାଇବାରେ ସମସ୍ୟା ସୃଷ୍ଟି ହେଉଛି । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଶୀଘ୍ର ଦ୍ୱିତୀୟ କିସ୍ତି ବାବଦରେ ୩୦ ହଜାର ୮୯୫.୫୨ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି ।