ଆର୍ୟ୍ୟନ ମାମଲାର ତଦନ୍ତ ଦାୟିତ୍ୱରୁ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଅବ୍ୟାହତି

1 min read
Sameer Wankhede Removed Drugs On Cruise Aryan Khan Case

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଝଟକା ଲାଗିଛି । ଆର୍ୟନଙ୍କ ମାମଲାରୁ ସମୀର ୱାଙ୍ଖଡେଙ୍କୁ ଅବ୍ୟାହତି ଦିଆଯାଇଛି । ଆର୍ୟନ ଖାନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ସମେତ ଅନ୍ୟ ୮ ଜଣଙ୍କୁ ମୁମ୍ବାଇ ସମୁଦ୍ର ଉପକୂଳରେ କ୍ରୁଜରେ ଚଢ଼ାଉ କରି ଏନସିବି ଗିରଫ କରିଥିଲା ।

ଏବେ ମୁମ୍ବାଇ ଏନସିବି ଉକ୍ତ କ୍ରୁଜ୍ ମାମଲା ସହ ଅନ୍ୟ ୫ଟି ମାମଲାର ଯାଞ୍ଚ କରିବ ନାହିଁ । ଏସବୁ ମାମଲାର ତଦନ୍ତ କରିବ ଦିଲ୍ଲୀ ଏନସିବି । ଏନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିବା ଏନସିବିର ଦକ୍ଷିଣ-ପଶ୍ଚିମାଞ୍ଚଳ ଡେପୁଟି ଡିଜି ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି । ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାରୁ ହଟାଇ ଦିଆଯାଇଥିବା ବେଳେ ସେ ମୁମ୍ବାଇ ଏନସିବିର ସେ ନିର୍ଦ୍ଦେଶକ ରହିବେ ।

 Sameer Wankhede Removed Drugs On Cruise Aryan Khan Case

ସମୀରଙ୍କ ବଦଳରେ ମାମଲାର ତଦନ୍ତ ଏନସିବି ଅଧିକାରୀ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ କରିବ । ଆର୍ୟ୍ୟନଙ୍କ ମାମଲା ପରେ ୱାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ଏହାପରେ ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାର ତଦନ୍ତରୁ ଦୂରେଇ ଦିଆଯାଇ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୩ରେ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ଅନ୍ୟ ମାନଙ୍କୁ ଏନସିବି ଗିରଫ କରିଥିଲା ।

Leave a Reply