ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ, ଧମକ ପରେ ପୋଲିସର ଦ୍ୱାରସ୍ଥ ହେଲେ ସମୀର

1 min read

ମୁମ୍ବାଇ: ବିବାଦୀୟ ପୂର୍ବତନ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଟ୍ୱିଟରରେ ହତ୍ୟା ଧମକ । ହତ୍ୟା ଧମକ ମିଳିବା ପରେ ଓ୍ୱାଙ୍ଖଡେ ଗୋରେଗାଓଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅମନ ନାମକ ଜଣେ ବ୍ୟକ୍ତି ତାଙ୍କ ମେସେଜରେ ଦର୍ଶାଇଛନ୍ତି- ଆପଣ ଜାଣନ୍ତି ଆପଣ କ’ଣ କରିଛନ୍ତି । ଏଥିଲାଗି ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ । ଓ୍ୱାଙ୍ଖଡେଙ୍କ ଅଭିଯୋଗ ମିଳିବା ପରେ ଗୋରେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯେଉଁ ଆକାଉଣ୍ଟ ଜରିଆରେ ଓ୍ବାଙ୍ଖଡେଙ୍କୁ ଧମକ ଦିଆଯାଇଛି ତାହାର ଫଲୋୟର କେହିନାହାନ୍ତି ଏବଂ କେବଳ ତାଙ୍କୁ ଧମକ ଦେବା ଉଦ୍ଦେଶ୍ୟରେ ଏହି ଆକାଉଣ୍ଟ ଖୋଲାଯାଇଥିବା ସୂଚନା ମିଳିଛି । ଗତବର୍ଷ ଅକ୍ଟୋବରରେ ମୁମ୍ବାଇ କ୍ରୁଜ ଜାହାଜ ରେଡ୍ ମାମଲା ପରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଓ୍ବାଙ୍ଖଡେ । ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୨୦ଜଣଙ୍କୁ ଡ୍ରଗ୍ସ କାରବାର ନେଇ ଗିରଫ କରିଥିଲା ଏନସିବି । ଏହି ମାମଲାରେ ଆର୍ଯ୍ୟନ ଖାଁଙ୍କୁ ଏନସିବି କ୍ଲିନି ଚିଟ୍ ଦେଇଥିଲା ।