ବିଜେପିର ଅଭିଯୋଗ,କଂଗ୍ରେସ ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି
1 min readଭାରତ ଏବଂ ଚୀନର ମଧ୍ୟରେ ଚାଲୁଥିବା ବିବାଦ ଉପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବୁଧବାର ଦିନ ବିଜେପିର ଅଧ୍ୟକ୍ଷ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ପାର୍ଟି ଉପରେ ପ୍ରଶ୍ନ ଉଠାଇଛି । ଏବେ ବିଜେପି ପ୍ରବକ୍ତା ସମ୍ବିଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଏବଂ ରାହୁଲଙ୍କୁ ପ୍ରଶ୍ନ କରଛନ୍ତି । ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ସରକାର ଭାରତର ବହୁ ଅଂଶକୁ ପାକିସ୍ତାନ ଏବଂ ଚୀନକୁ ହଡ଼ପ କରିବାର ସୁଯୋଗ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ପାର୍ଟି ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି । ଗୋଟିଏ ପରିବାରର ଭୁଲ ପାଇଁ ସାରା ଦେଶ ଏବେ ତାର ମୁଲ୍ୟ ଦେଉଛି । ସମ୍ବିତ ପାତ୍ର ଏହି ଅବସରରେ ସଂସଦରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନକୁ ସାମ୍ନାରେ ରଖିଥିଲେ ଏବଂ କହିଥିଲେ ଚୀନ ମାମଲାରେ କଂଗ୍ରେସ ସ୍ୱଭାବ ନରମ କାହିଁକି ରହିଛି ?
ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସଂସଦରେ ବହୁଥର ଚୀନ ଏବଂ ପାକିସ୍ତାନକୁ ନେଇ ଅନେକ ପ୍ରଶ୍ନ କରାଯାଇଛି । ୨୦୧୨ରେ ସଂସଦରେ ପଚରା ଯାଇଥିବେ ପ୍ରଶ୍ନର ଉତ୍ତରରେ କଂଗ୍ରେସ ଜବାବ ଦେଇଥିଲା ଯେ, ପାକିସ୍ତାନ ଓ ଚୀନ୍ ଭାରତର ୭୮ ହଜାର ସ୍କୋୟାର କିମି ଜମି ହଡ଼ପ କରିଛନ୍ତି । ଏବଂ ଚୀନ ମଧ୍ୟ ଜାମ୍ମୁକାଶ୍ମୀର ଅନେକ ହଜାର କିମି ଜମି ନିଜ ଅଧିନକୁ ନେଇଛି ।
ବିଜେପି ନେତା କହିଥିଲେ ଯେ, ଚୀନ ପ୍ରଥମରୁ ହିଁ ଭାରତର ଜମି ହଡପ କରିଥିଲା । ଏହା ବ୍ୟତୀତ ପାକିସ୍ତାନ ମଧ୍ୟ POK ଜମିକୁ ଚୀନକୁ ହସ୍ତାନ୍ତର କରିଥିଲା । କେବଳ ସେତିକି ନୁହେଁ ସମ୍ବିତ ପାତ୍ର ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ମା-ପୁଅ ଦେଶରେ ଭ୍ରମ ସୃଷ୍ଟି କରି ରଖିଛନ୍ତି । ଏବଂ ହିନ୍ଦୁସ୍ଥାନର ଦୁଇଟି ରାଜ୍ୟ ଆକାର ସହ ସମାନ ଜମି ପାକିସ୍ତାନ ଏବଂ ଚୀନ ତା ଅଧିନକୁ ନେଇ ସାରିଛନ୍ତି । ଏବେ ଆମର ପ୍ରଶ୍ନ ହେଉଛି କଂଗ୍ରେସ ସରକାର ଏହି ଜମିକୁ କାହିଁକି ଦେଇଛନ୍ତି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ୧୯୬୨ର ଯୁଦ୍ଧ ସମୟରେ ଠିକ୍ ସମୟରେ ଯବାନ ମାନଙ୍କୁ ଚେତାବନୀ ଦିଆଯାଇ ନଥିଲା । ସେମାନଙ୍କୁ କାନଭାସ ଜୋତା ପିନ୍ଧାଇ ଯୁଦ୍ଧକୁ ପଠାଯାଇଥିଲା ।
It is the Opposition’s right to ask questions. The All Party Meeting saw healthy deliberations, with several Opposition leaders giving their valuable inputs. They also fully supported the Centre in determining the way ahead.
One family was an exception. Any guesses who?
— Jagat Prakash Nadda (Modi Ka Parivar) (@JPNadda) June 24, 2020
ବୁଧବାର ଦିନ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ଓ ଗାନ୍ଧୀ ଫ୍ୟାମିଲିକୁ ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଚୀନ୍ ସହ ବିବାଦ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ତଥା ଦେଶ ସରକାରଙ୍କ ସହ ଛିଡା ହୋଇଛନ୍ତି। କିନ୍ତୁ ଗୋଟିଏ ପରିବାର ଅଲାଗ । ସେହି ପରିବାର କିଏ ? । ଜେପି ନାଡ୍ଡା ଆହୁରି ମଧ୍ୟ ଲେଖିଛନ୍ତି ଯେ, କଂଗ୍ରେସ ପାର୍ଟି କହିଲେ ଗୋଟିଏ ପରିବାରକୁ ହିଁ ବୁଝାଏ ବୋଲି ପୂରା ଦେଶ ମାନୁଛି ।