ହାତରେ ଏମିତି କିିଛି ଲେଖି ଦଉଡ଼ିରେ ଝୁଲିଗଲେ ଯୁବକ

ଉତ୍ତରପ୍ରଦେଶ : ହାତ ପାପୁଲିରେ ପତ୍ନୀର କାରନାମା ଲେଖି ଝୁଲିପଡିଲା ସ୍ୱାମୀ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ସଂଭଲ ସ୍ଥିତ ବନମପୁର ଗାଁରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଯୁବକଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ସ୍ତ୍ରୀକୁ ଦୋଷୀ ବୋଲି ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅନୁଯାୟୀ, ସ୍ତ୍ରୀର ଅତ୍ୟାଚାର ସହି ନପାରି ସ୍ୱାମୀ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି । ଘଟଣାସ୍ଥଳରେ ପୋଲିସର ତଦନ୍ତ ସମୟରେ ମୃତ ସ୍ୱାମୀ ହାତ ପାପୁଲିରେ ନିଜ ଆତ୍ମହତ୍ୟାର କାରଣ ଲେଖା ହୋଇଥିବା ଦେଖିବାକୁ ପାଇଥିଲେ  । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ନିଜ ପତ୍ନୀଙ୍କୁ ଦାୟୀ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯୁବକଙ୍କ ପନ୍ତ୍ରୀ ଫେରାର ହୋଇଯାଇଥିଲେ କିନ୍ତୁ ପରେ ପୋଲିସ ତାକୁ ଖୋଜି ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଶବ ଏକ ଘରେ ପରିତ୍ୟକ୍ତ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଶବକୁ ଉଦ୍ଧାର ବେଳେ ତାଙ୍କ ହାତ ପାପୁଲିରେ ‘ମୋ ମୃତ୍ୟୁ ପାଇଁ ମୋ ପତ୍ନୀ ଦାୟୀ, ସେ ମୋତେ ୨ ଦିନ ଧରି ଖାଦ୍ୟ ଖାଇବାକୁ ଦେଇନାହାନ୍ତି ’ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ପରିବାର ସଦସ୍ୟ ମଧ୍ୟ ପତ୍ନୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।