ଆଜି ସମ୍ବଲପୁରୀ ଦିନ୍, ଚାଲିଛି ଖାନ୍-ପାନ୍

ନନ୍ଦିଘୋଷ ବ୍ୟୁରୋ: ଆଜି ସମ୍ବଲପୁରୀ ଦିନ୍ ଅର୍ଥାତ ସମ୍ବଲପୁରୀ ଭାଷା ସାହିତ୍ୟ ଓ ଇତିହାସର ପ୍ରଚାରକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନ । ଏହି ଦିବସକୁ ସମଗ୍ର ପଶ୍ଚିମ ଓଡିଶା ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ସାସ୍କୃତିକ କାଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଦିନ ୩ ଟାରୁ ସାସ୍କୃତିକ କାଯ୍ୟକ୍ରମ ଆରମ୍ଭ ହୋଇଛି ।

ସମ୍ବଲପୁର ସହରର ଜେଲ ଛକରୁ ଆରମ୍ଭ କରି କଚେରୀ ଛକ ପଯ୍ୟନ୍ତ ସାସ୍କୃତିକ କାଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ଭାଗ ନେଇଛନ୍ତି ଶହ ଶହ କଳାକାର । ସମ୍ବଲପୁରୀ ଖାଦ୍ୟ ପାନୀୟ ସହ ଲୋକବାଦ୍ୟରେ ଫାଟି ପଡୁଛି ପଶ୍ଚିମ ଓଡିଶା । ସବୁଠି ଦେଖିବାକୁ ମିଳିଛିି ତିହାର  । ପ୍ରତି ଗାଁ ଗଣ୍ଡାରେ ଲୋକେ ନୂଆ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହ ସମ୍ବଲପୁରୀ ଖାଦ୍ୟ ପେୟ କରିଛନ୍ତି  ।

ସେପଟେ ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଏନେଇ ପ୍ରସ୍ତୁତି କରିଥିଲେ  । ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ ସମ୍ବଲପୁରୀ ପୋଷାକ ପରିଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ  । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି  ।  ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି  ।