ନିଜ କାମ ନହେବାରୁ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ
ସମ୍ବଲପୁର: ଯୁବକଙ୍କ ଉନ୍ମତ କାଣ୍ଡ । ନିଜର କାମ ନହେବାରୁ ତହସିଲ ଅଫିସରେ ନିଆଁ ଲଗାଇଦେଲେ ଯୁବକ । ଏମିିତି ଏକ ଘଟଣା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ତହସିଲଦାର କାର୍ଯ୍ୟାଳୟକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଯୁବକ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଯୁବକ ଜଣଙ୍କ ହେଉଛନ୍ତି ତିଲେଇମାଲ ଗାଁର ରାଜୀବ କିଷନ୍ ।
ସୂଚନା ଅନୁସାରେ, ରେଙ୍ଗାଳି ବ୍ଲକ ତିଲେଇମାଲ ଗାଁର ରାଜୀବ୍ କିଷନ୍ କୌଣସି କାମ ପାଇଁ ତହସିଲ ଅଫିସକୁ ବାରମ୍ବାର ଆସୁଥିଲେ । ତେଵେ ତାଙ୍କର କୌଣସି କାମ ହୋଇପାରୁ ନଥିବାରୁ ରାଗିଯାଇଥିଲେ ରାଜୀବ । ଏବଂ ଏକ ଅଟୋରେ କିଛି ଟାୟାର ଓ ତାଙ୍କ କାଗଜପତ୍ର ଆଣି ପେଟ୍ରୋଲ ପକାଇ ତହସିଲ ଅଫିସରେ ନିଆଁ ଲଗାଇ ଦେଇଥିଲେ । ତେବେ ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରାଜୀବକୁ ଅଟକ ରଖି ପଚରାଉଚରା କରୁଛି ରେଙ୍ଗାଲି ପୋଲିସ ।