spot_img

Latest Posts

ଧରାପଡିଲା ୫ ଜଣିଆ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ସମ୍ବଲପୁର ସହରକୁ ଟାର୍ଗେଟ କରିଥିବା ଏକ ୫ ଜଣିଆ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଧନୁପାଲି ପୁଲିସ। ଗିରଫଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି।ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ଲୁଟ୍ କରିଥିବା ଅଭିଯୋଗ ରହିଛି। ଗତ ଶୁକ୍ରବାର ଛତିଶଗଡ଼ର କୋରବା ଜିଲ୍ଲାରେ ଏକ ଅଳଙ୍କାର ଦୋକାନରୁ ସୁନା ଗହଣା ଚୋରି କରିଥିବା ନେଇ ମାମଲା ରୁଜୁ ହୋଇଥିଲା।ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତମାନେ ଓଡ଼ିଶାକୁ ପଳାଇଥିବା ଜଣାପଡ଼ିଥିଲା। ପରେ ଛତିଶଗଡ଼ ପୁଲିସ ଓ ସମ୍ବଲପୁର ଧନୁପାଲି ପୁଲିସର ମିଳିତ ଅଭିଯାନରେ ଏକ ହୋଟେଲ୍‌ରେ ଚଡ଼ଉ କରି ସମସ୍ତଙ୍କୁ ଗିରଫ କରାଯାଇଥିଲା।ଅଭିଯୁକ୍ତମାନଙ୍କ ନିକଟରୁ ୫ଟି ସୁନା ଚେନ୍, ୨ଟି ମୁଦି, ଗୋଟିଏ ଲକେଟ୍, ୫ଟି ମୋବାଇଲ ଫୋନ୍ ଓ ୧୨ ହଜାର ଟଙ୍କା ନଗଦ ଜବତ ହୋଇଛି।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଛତିଶଗଡ଼ ପୁଲିସଙ୍କ ହସ୍ତାନ୍ତର କରାଯାଇଛି।

Latest Posts

Don't Miss