ବିନା ଥଇଥାନରେ ୧୦୨ ପରିବାରକୁ ବାସହରା କଲେ ସରକାର

1 min read

ସମ୍ବଲପୁର: ବିନା ଥଇଥାନରେ ବର୍ଷା ଦିନରେ ୧୦୨ ପରିବାରକୁ ବାସହରା କଲେ ସରକାର। ଉଚ୍ଛେଦ ପୂର୍ବରୁ ସ୍ଥାୟୀ ଥଇଥାନ କରିବାକୁ ଦାବି କରିଛନ୍ତି ସମ୍ବଲପୁର ସହରର ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳବାସୀ। ସମ୍ବଲପୁର ଦେଇ ଯାଇଥିବା କୋଲକାତା – ମୁମ୍ବାଇ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଟନେଲ୍ ପ୍ରକଳ୍ପ ପାଇଁ ଲକ୍ଷ୍ମୀଡୁଙ୍ଗୁରୀରେ ରହୁଥିବା ୧୦୨ ପରିବାରଙ୍କୁ ଏନଏଚଆଇ ପକ୍ଷରୁ ଉଚ୍ଛେଦ ନୋଟିସ୍ ଦିଆଯାଇଛି । ପ୍ରାୟ  ୮୦ ବର୍ଷ ଧରି ଲକ୍ଷ୍ମୀଡୁଙ୍ଗୁରୀରେ ଘର କରି ରହୁଥିବା ଅଞ୍ଚଳବାସୀଙ୍କୁ ବିନା କୌଣସି ସ୍ଥାୟୀ ଥଇଥାନ ନକରି ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏ ନେଇ ପୂର୍ବରୁ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିବା ପରେ ରଜସ୍ଵ ମନ୍ତ୍ରୀ ଉଚ୍ଛେଦ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ, ଥଇଥାନ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେଇ କାମ ସାରିଦେଲେ ମନ୍ତ୍ରୀ l ସେପଟେ ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ସ୍ଥାୟୀ ଥଇଥାନ ଦାବିରେ ଅଞ୍ଚଳର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ହାତରେ ପ୍ଲା’କାର୍ଡ ଧରି ଉଚ୍ଛେଦକୁ ବିରୋଧ କରି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।