ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ଆଜି ପୁଣି ସମ୍ବଲପୁରରେ ପୋଲିସ ପକ୍ଷରୁ ଏକ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ପୋଲିସ ଲାଇନରୁ ଏହି ଫ୍ଲାଗମାର୍ଚ୍ଚ ବାହାରି ଲକ୍ଷ୍ମୀ ଟକିଜ ଛକ ଦେଇ ଜିଲ୍ଲା ସ୍କୁଲ ଛକ, ପେନସନ ପଡା, ଦଳେଇପଡା, ସାନସଡକ ଦେଇ କୁଞ୍ଜେଲ ପଡା, ବଡ଼ବଜାର ଦେଇ ମୋଡିପଡ଼ା, ଚର୍ଚ୍ଚ ଛକ, ଅଇଁଠାପାଲି, ଧନକଉଡ଼ା, ଗେଙ୍ଗୁଟିପାଲି, ସୁନାପାଲି ଓ ମୋତିଝରଣ ପର୍ଯ୍ୟନ୍ତ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚରେ୪୦ପ୍ଲାଟୁନ ପୋଲିସ ସହ ଉତ୍ତରାଞ୍ଚଳ ଆଇଜି, ଏସପି, ସିଆରପିଏଫ କମାଣ୍ଡର, ଆରଏଏଫ, ବିଏସଏଫ ସାମିଲ ହୋଇଥିଲେ ।