ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୯ଜଣିଆ ପାଇପ୍ ଚୋର ଗ୍ୟାଙ୍ଗ ଗିରଫ

1 min read

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ ସଫଳତା । RWSS କାର୍ଯ୍ୟାଳୟରୁ ପିଇବା ପାଣି ପାଇଁ ଆସିଥିବା ଲୁହା ପାଇପ ଚୋରି କରୁଥିବା ଏକ ଅନ୍ତରାଜ୍ୟ ଗ୍ୟାଙ୍ଗକୁ କାବୁକଲା ସମ୍ବଲପୁର ପୋଲିସ । ସମ୍ବଲପୁର ହୀରାକୁଦ ଥାନାରେ RWSS କାର୍ଯ୍ୟାଳୟରୁ ପାଇପ ଚୋରି ନେଇ ଏକ ମାମଲା ରୁଜୁ ହେଇଥିଲା । ପୋଲିସ ଏହାର ତଦନ୍ତ କରି ଗ୍ୟାଙ୍ଗର 9 ଜଣଙ୍କୁ ଗିରଫ କରିବାସହ ଗୋଟିଏ ପାଇପ ବୋଝେଇ ଟ୍ରକ, ଦୁଇଟି କାର 10ଟି ମୋବାଇଲ, ଏବଂ ୮୭ହଜାର ଟଙ୍କା ଜବତ କରିଛି । ଏମାନେ ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ପ୍ରାୟ ୨୫ରୁ ୩୦ଜାଗାରୁ ଚୋରି କରିଥିବା ଅନୁମାନ କରାଯାଉଛି । ପାଇପ ଚୋରି କରି ବାହାର ରାଜ୍ୟ ରେ ବିକ୍ରି କରୁଥିଲେ । ସମ୍ବଲପୁର ଧନୁପାଲୀ ଥାନା ଅଂଚଳର ମାଷ୍ଟରମାଇଂଡ ଏମଡି ଇମ୍ରାନ ସହ ପଡୋଶୀ ଜିଲା ଏବଂ ପଡୋଶୀ ରାଜ୍ୟରୁ ମଧ୍ୟ ଏମାନଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।