ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ: ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ହୋମ ଯଜ୍ଞ

କୁଚିଣ୍ଡା: ବର୍ଷା ପାଇଁ ଇନ୍ଦ୍ର ପୂଜା । ଚାଷୀଙ୍କ ପାଇଁ କାଳ ସାଜିଛି ଚଳିତବର୍ଷ ନିଅଣ୍ଟିଆ ବର୍ଷା । ଏହାକୁ ଦୃଷ୍ଟିରେ ରଖି  ଇନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବିଭିନ୍ନ ଗାଁରେ ହୋମଯଜ୍ଞ କରିଛନ୍ତି ଗ୍ରାମବାସୀ । ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହୋମ ଯଜ୍ଞ । ବର୍ଷା ପାଇଁ ବ୍ୟାକୁଳ ଚାଷୀକୂଳ । ଗାଁର ବଡ଼ଠୁ ଆରମ୍ଭ କରି ଛୋଟ ପିଲା ସମସ୍ତେ ପୂଜାରେ ସାମିଲ । ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର । ଚଳିତବର୍ଷ ଧୋକା ଦେଇଛି ମୌସୁମୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଜମିରେ ପାଣି ନାହିଁ । ଅନେକ ଜମି ପାଣି ଅଭାବରୁ ଫାଟି ଆଁ କଲାଣି । ତେଣୁ ମରୁଡ଼ିରୁ ରକ୍ଷା ପାଇବା ଓ ଭଲ ବର୍ଷା ସହ ଫସଲ ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜା କରୁଛନ୍ତି ଗ୍ରାମବାସୀ । ଇନ୍ଦ୍ର ଦେବତା ପ୍ରସନ୍ନ ହେଲେ ଭଲ ବର୍ଷା ହୋବ ବୋଲି ବିଶ୍ୱାସ ରହିଛି  ।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଚଡ଼କ ପଡିଛି । କୁଚିଣ୍ଡାରେ ଜଳସେଚନର ସୁବିଧା ଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଏସବୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଏପରି ପରିସ୍ଥିତିରେ ଚାଷୀ ନିରୁପାୟ ହୋଇ ଇନ୍ଦ୍ର ପୂଜା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସେପ୍ଟେମ୍ୱର ଗାଇଡଲାଇନ୍: ବିବାହରେ ସାମିଲ ହୋଇପାରିବେ ଅଧିକ ଲୋକେ, ଆଉ ଲୋଡ଼ାନାହିଁ ଟିକା ସାର୍ଟିଫିକେଟ୍

Leave a Reply