ଦୁର୍ଗାପୂଜାରେ ସମ୍ବଲପୁରରେ ହେବନି ଶୋଭାଯାତ୍ରା
ସମ୍ବଲପୁର: ଦୁର୍ଗାପୂଜାରେ ଶୋଭାଯାତ୍ରା ମନା। ବିଲ୍ବ ବରଣଠୁ ଆରମ୍ଭ କରି ଭସାଣୀ ଯାଏଁ କୌଣସି କାର୍ଯ୍ୟକ୍ରମରେ ସମ୍ବଲପୁରରେ ହେବନି ପ୍ରୋସେସନ। ଜିଲ୍ଲା ପ୍ରଶାସନ, ପୋଲିସ ଓ ପୂଜା କମିଟିର ବୈଠକରେ ନିଆଯାଇଛି ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ତେବେ ପୂଜା ଧୁମଧାମରେ ପାଳନ କରାଯାଇପାରିବ। କିନ୍ତୁ କୌଣସି ଶୋଭାଯାତ୍ରା ଯେପରି କେହି ନକରନ୍ତି, ତାହାରି ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ ।
କୌଣସି ନୀତିରେ ଶୋଭାଯାତ୍ରାକୁ ମଧ୍ୟ ମନା କରାଯାଇଛି। ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଗଣ୍ଡଗୋଳକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସାଂସ୍କୃତିକ କାଯ୍ୟକ୍ରମଠୁ ଆରମ୍ଭ କରି ସୁଉଚ୍ଚ ଲାଇଟ ତୋରଣ ସବୁ ଲାଗିବ । ଭସାଣୀ ସମୟରେ କେବଳ ୧୦ ଜଣ ଉପସ୍ଥିତ ରହିବେ ।
ପୂଜା ସମୟରେ କୌଣସି ଅଶାନ୍ତିକୁ ବରଦାସ୍ତ କରାଯିବ ନାହିଁ । କିଏ କେଉଁ ରୁଟରେ ବିସର୍ଜନ କରିବେ ଏ ସବୁ ବୈଠକରେ ସ୍ଥିର କରାଯିବ । ତେବେ ଶୋଭାଯାତ୍ରା ନହେଲେ ବି ପୂଜା ଖୁବ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଭିନ୍ନ ପୂଜା କମିଟି ।