‘ଟ୍ରିବ୍ୟୁନାଲରେ ଆଲୋଚନା ପରେବି ସମସ୍ତ ଗେଟ୍ ବନ୍ଦ୍ କଲା ଛତିଶଗଡ଼’

ସମ୍ବଲପୁର : ସାମ୍ନାକୁ ଆସିଲା ଡବଲ ଇଞ୍ଜିନ ଡବଲ ଧୋକା । ଓଡ଼ିଶାର ଜୀବନ ରେଖା ମହାନଦୀକୁ ଶୁଖାଇବାକୁ ଛତିଶଗଡ଼ ସରକାରଙ୍କ ବଡ଼ ପ୍ଲାନ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଲୋଚନା ପରେବି ସମସ୍ତ ଗେଟ୍ ବନ୍ଦ୍ କରିଦେଲେ ଛତିଶଗଡ଼ ସରକାର । ପୂର୍ବରୁ ଶିବରୀ ନାରାୟଣ ଵ୍ୟାରେଜ୍ ସହ ଉପର ମୁଣ୍ଡର ଅନେକ ବ୍ୟରେଜ୍ ବନ୍ଦ କରାଯାଇଥିଲା । କିଛି ଦିନ ହେଲା କଲମା ବ୍ୟରେଜର ବି ସମସ୍ତ ୬୬ ଫାଟକ ବନ୍ଦ୍ କରିଦେଇଛନ୍ତି ଛତିଶଗଡ଼ ସରକାର ।ଯାହାଫଳରେ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୩୭୮ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । ଯାହାକୁ ନେଇ ଦେଖାଦେଲାଣି ଉତ୍କଟ ଜଳାଭାବ ।କାରଣ ମହାନଦୀରେ ଏବେ ପାଣି ନାହିଁ। କିଛି ଦିନ ଭିତରେ ସମ୍ପୂର୍ଣ ଭାବେ ଶୁଖିଗଲାଣି ମହାନଦୀ । କିନ୍ତୁ ଏହି ସମୟରେ ବି ରାଜ୍ୟ ସରକାର କାହିଁକି ଚୁପ୍ ବୋଲି ରାଜ୍ୟବାସୀ ପ୍ରଶ୍ନ କରିଛନ୍ତି ।