ସମ୍ବଲପୁର ଡକାୟତି ଘଟଣା, ଡକାୟତଙ୍କୁ ଧରିଲେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା

ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି ଘଟଣା। ବ୍ୟାଙ୍କରୁ ଡକାୟତ କରି ଫେରାର ଥିବା ଜଣେ ଅଭିଯୁକ୍ତ ଅଶୋକ ପାଶୱାନକୁ ଟ୍ରେନ ରେ କାବୁ କଲା ହଟିଆ ଆରପିଏଫ ପୋଲିସ  । ଅଶୋକକୁ ଗିରଫ ପରେ ସମ୍ବଲପୁର ପୋଲିସକୁ ଦେଇଥିବା ସୂଚନା ମିଳିଛି  । ସେପଟେ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ସମ୍ବଲପୁର ପୋଲିସ  । ଏହାସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି  । ଗତ ୩ ତାରିଖରେ ଏହି ଦୁଇ ଅଭିଯୁକ୍ତ ସହ ଅଶୋକ ବନ୍ଧୁକ ମୁନରେ ଡକାୟତି କରିଥିଲା  ।  ପୂର୍ବରୁ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା  । ତେବେ ହଟିଆରେ ଧରା ଯାଇଥିବା ଡକାୟତ ଅଶୋକ ପାଶୱାନ କୁ ସମ୍ବଲପୁର ଅଣାଯାଉଥିବା ସୂଚନା ମିଳିଛି।