ସମ୍ବଲପୁରର ସୁନା ଝିଅ ହେଲେ ଦେଶର ସର୍ବକନିଷ୍ଠ ସ୍କୁବା ଡାଇଭର

ସମ୍ବଲପୁର: ଚମକିଲେ ସମ୍ବଲପୁରର ସୁନା ଝିଅ ତିଷ୍ୟା । ଓମାନ ଉପସାଗରରେ ୪୦ ଫୁଟ ଡାଇଭିଂ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ତିଷ୍ୟା ପାଣିଗ୍ରାହି । ସର୍ବକନିଷ୍ଠ ସ୍କୁବା ଡାଇଭର ତିଷ୍ୟା ହେଉଛନ୍ତି ସମ୍ବଲପୁରର ପ୍ରୀୟଦର୍ଶୀ ପାଣିଗ୍ରାହୀଙ୍କ ଝିଅ । ଅଗଷ୍ଟ ମାସରେ ପ୍ରଫେସନାଲ ଆସୋସିଏସନ ଅଫ ଡାଇଭିଂ ସଂଘ ପକ୍ଷରୁ ଜୁନିୟର ଓପନ ସ୍କୁବା ଡାଇଭର ଲାଇସେନ୍ସ ପାଇଥିଲେ ।

ପୂର୍ବରୁ ଓଡ଼ିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଟାଇଟଲ ହାସଲ କରିଥିଲେ ତିଷ୍ୟା ।  ତିଷା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାଶେସ୍ୱରୀ ପାଣିଗ୍ରାହୀଙ୍କର ନାତୁଣୀ  ।

ତିଷ୍ୟାଙ୍କ ପିତା ଜଣେ ଭଲ ସ୍କୁବା ଡାଇଭିର ଥିଲେ । ଛୋଟବେଳୁ ତିଷ୍ୟା ସ୍କୁବା ଡାଇଭିଂ ପ୍ରତି ଆକୃଷ୍ଠ ହୋଇଥିଲେ । ବାପାଙ୍କ ସ୍କୁବା ଡାଇଭିଂ ଭିଡ଼ିଓ ଦେଖି ପ୍ରେରିତ ହେଉଥିଲେ ତିଷ୍ୟା । ପରେ ତାଙ୍କୁ ସ୍କୁବା ଡାଇଭିଂ କ୍ଲାସ ଦେଉଥିଲେ ବାପା  । ଏହାପରେ ତାଙ୍କର ଇଚ୍ଛା ଶକ୍ତି ବଳରେ ସେ ଆଜି ସର୍ବକନିଷ୍ଠ ସ୍କୁବା ଡାଇଭର ହୋଇପାରିଛନ୍ତି ।

Leave a Reply