ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଅନଶନରେ ବସିଲେ ଚାଷୀ

1 min read

ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଆରମ୍ଭ ହୋଇଛି ଗଣ ଅନଶନ । ଫସଲ ବୀମା ରାଶି, ଖରିଫ ଋତୁରେ ଧାନ କ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଅନଶନରେ ବସିଛନ୍ତି ।

୧୫ଟି ଦେଶ ସହ କେନ୍ଦ୍ର ସରକାର ଆରସିଇବି ଟ୍ରେଡ୍ ଏଗ୍ରିମେଣ୍ଟ କରିବାକୁ ଯାଉଛନ୍ତି । ଏହି ଚୁକ୍ତି ସ୍ୱାକ୍ଷରିତ ହେଲେ କୃଷକ ଓ କୃଷି ସମ୍ପର୍କିତ ବ୍ୟବସାୟ ବିଦେଶୀ କମ୍ପାନୀଙ୍କ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଥିବାରୁ କୃଷକ ସଂଘ ଏହାକୁ ବିରୋଧ କରୁଛି ।

ଚାଷୀମାନଙ୍କର ଅନ୍ୟାନ୍ୟ କିଛି ଦାବି ମଧ୍ୟ ରହିଛି । କ୍ରପ କଟିଂ ରିପୋର୍ଟ ଆଧାରରେ ଖରିଫ ଫସଲ ବୀମା ରାଶି ପ୍ରଦାନ, ଫସଲ ବୀମାର ଘରୋଇକରଣ ବନ୍ଦ,  ସ୍ୱାମୀନାଥନ କମିଶନଙ୍କ ସୁପାରିସ ଲାଗୁ, ମଣ୍ଡିକୁ ବ୍ୟବସ୍ଥିତ କରାଯାଇ ଧାନ ବିକ୍ରି ସମସ୍ୟା ଦୂର କରିବା ପାଇଁ ଚାଷୀମାନେ ଦାବି ରଖିଛନ୍ତି । ତା‘ ଛଡ଼ା ଗହମ ଦର ବୃଦ୍ଧି ଭଳି ଧାନ କ୍ୱିଣ୍ଟାଲ ପିଛା ୨୯୫୦ ଟଙ୍କାକୁ ବୃଦ୍ଧି ଆଉ ଚାଷୀଙ୍କୁ ବୋନସ୍ ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ')}

Leave a Reply