spot_img

Latest Posts

ଧର୍ମେନ୍ଦ୍ରଙ୍କ ସଭାରେ ଚେୟାର ଖାଲି

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥିୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ପୁଣି ଖାଲି ପଡିଲା ଚେୟାର। ହାଇଭୋଲଟେଜ ସିଟରେ ଧର୍ମେନ୍ଦ୍ରଙ୍କ ସଭାରେ ପ୍ରାୟ ସଭାରେ ଚେୟାର ଖାଲି ପଡୁଛି ତ ଆଉ କେଉଁଠି ତାଙ୍କୁ ଦେଖିବା ମାତ୍ରେ ଲୋକେ ସଭା ଛାଡି ପଳାଉଛନ୍ତି। ସୋମବାର ମଧ୍ଯ ସେପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର ପିଏଚଡି ପଡିଆରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ । ସେ କହିବାକୁ ଉଠିବା କ୍ଷଣି ଲୋକମାନେ ଉଠି ପଳାଇଥିଲେ । ମାତ୍ର କିଛି ସମୟ ପରେ ସଭାସ୍ଥଳରେ ଶହ ଶହ ଚେୟାର ଖାଲି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିନାହାଁନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ସତ୍ତ୍ବେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ଯାଳୟ କରିପାରିଲେନି। ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ସବୁଠି ବିରୋଧ ଦେଖିବାକୁ ମିଳୁଛି। ସଭାରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ମଧ୍ଯ ଉପସ୍ଥିତ ଥିଲେ। ସେ ମଧ୍ଯ ଭାଷଣ ଦେବାବେଳେ ଖାଲି ପଡିଥିଲା ଶତାଧିକ ଚେୟାର। ଗତ ଶନିବାର ମଧ୍ଯ ଏପରି ଦୃଶ୍ଯ ଦେଖିବାକୁ ମିଳିଥିଲା ଏକ ଭଜନ ସମାରୋହରେ। ଭଜନ ସମାରୋହରେ ଧର୍ମେନ୍ଦ୍ର ପହଞ୍ଚିବା କ୍ଷଣି ଲୋକେ ଉଠି ପଳାଇଥିଲେ। ଏପରି ଘଟଣା ଏବେ ସାରା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

Latest Posts

Don't Miss