ଦେଶର ପ୍ରଥମ ସୋଲାର୍ ସିଷ୍ଟମ୍ ଗାଁ: ସମ୍ବଲପୁରର ଚାରପାଲି, ଗଲା ବୁଣାକାରଙ୍କ ଦୁଃଖ

ସମ୍ବଲପୁର: ସୌରଶକ୍ତିରେ ଜଳୁଛି ବଲ୍ । ବୁଲୁଛି ଫୋନ ଓ ଚାର୍ଜ ହେଉଛି ମୋବାଇଲ । ସମସ୍ତ ବୈଦ୍ୟୁତିକ ବ୍ୟବହାର ହେଉଛି ସୋଲାର ସିଷ୍ଟମରୁ । ଘରେ ଘରେ ଜଳୁଛି ବିଜୁଳି ଆଲୁଅ । ଏ ଦେଉଛି ସମ୍ବଲପୁରର ଚାରପାଲି ଗାଁ । ଦେଶର ପ୍ରଥମ ସୋଲାର ସିଷ୍ଟମ ଗାଁ ଭାବେ ହେଉଛି ପରିଗଣିତ । ଦୂର ହୋଇଛି ଗାଁର ବୁଣାକାରଙ୍କ ଦୀର୍ଘଦିନର ବିଦ୍ୟୁତ୍ ସମସ୍ୟା ।

ଘରେ ଘରେ ବିଜୁଳି ଆଲୋକ । ସୌରଶକ୍ତିରେ ଜଳୁଛି ବଲ୍ବ । ସୋଲାର ପ୍ୟାନେଲ ସିଷ୍ଟମ ଯୋଗୁଁ ଲୋକଙ୍କ ସମସ୍ୟା ଦୂର ହୋଇଛି । ୪୦ରୁ ଅଧିକ ବୁଣାକାର ବିନା ବିଜୁଳି ସମସ୍ୟାରେ କାମ କରିପାରୁଛନ୍ତି । ବୁଣାକାରମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଛି ସେଲକୋ ଫାଉଣ୍ଡେସନ । ସ୍ଥାନୀୟ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଅନୁରୋଧ କ୍ରମେ ଏହି ସଂସ୍ଥା ପୂରା ଗାଁକୁ ସୋଲାର ପ୍ୟାନେଲ ସିଷ୍ଟମ କରିଛି । ଯାହା ଦେଶର ପ୍ରଥମ ସୌର ଶକ୍ତିରେ ପରିଚାଳିତ ଗାଁ ରୂପେ ପରିଗଣିତ ହୋଇଛି ।

ସୋଲାର ସିଷ୍ଟମରେ ବୁଣାକାରଙ୍କୁ ସହାୟକ ହୋଇଥିବା ବେଳେ ରାତ୍ରି ସମୟରେ ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟ କମିଛି । ଯାହାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଲୋକେ ।

Leave a Reply