ଜନ୍ମକଲା ମା’ କୋଳକୁ ଯିବନି ସମ୍ବଲପୁର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା

ସମ୍ବଲପୁର: ଜନ୍ମକଲା ମା’ କୋଳକୁ ଯିବନି ବିଜୟିନୀ । ସମ୍ବଲପୁର ଜିଲ୍ଲା ପ୍ରଶାସନ ନେଲା ନିଷ୍ପତ୍ତି । ଜନ୍ମକଲା ଝିଅକୁ ବୋରଓ୍ବେଲରେ ଫିଙ୍ଗିଥିବା ସ୍ବିକାର ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଜିଲ୍ଲା ପ୍ରଶାସନର ଶିଶୁ ପାଳନ କେନ୍ଦ୍ରରେ ରହିବ ବିଜୟିନୀ । ପରେ ପୋଷ୍ୟ ସନ୍ତାନ ପ୍ରକ୍ରିୟାରେ କୌଣସି ଦମ୍ପତ୍ତିଙ୍କୁ ଦିଆଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଗତ ଡିସେମ୍ବର ୧୨ ତାରିଖରେ ଜଙ୍ଗଲର ଏକ ପରିତ୍ୟକ୍ତ ବୋରଓ୍ବେଲରୁ ବିଜୟିନୀ ଉଦ୍ଧାର ହୋଇଥିଲା । ଏବେ ଭିମସାରରେ ତାର ଚିକିତ୍ସା କରାଯାଉଥିବାବେଳେ ତାର ନାମକରଣ ହୋଇଛି । ଉଦ୍ଧାର ଶିଶୁକନ୍ୟା ବିଜୟିନୀର ବାପାମାଆଙ୍କୁ ଠାବ କରିଥିଲା ପୋଲିସ । ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି । ଶିଶୁକନ୍ୟାଟି ତାଙ୍କର ବୋଲି ସେ ସ୍ବୀକାର କରିଥିବାବେଳେ ମାନସିକ ସ୍ଥିତି ଠିକ ନଥିବାରୁ ବୋରଓ୍ବେଲରେ ଫିଙ୍ଗିଦେଇଥିବା କହିଥିଲେ ।