spot_img

Latest Posts

ମାଛ ଚାଷରୁ ଲାଭବାନ ସ୍ବୟଂସହାୟକ ଗୋଷ୍ଠୀ

ସମ୍ବଲପୁର: ମହିଳା ହେଉଛନ୍ତି ସ୍ବାବଲମ୍ବୀ । ସମ୍ବଲପୁର ରେଢ଼ାଖୋଲ ବୈଷ୍ଣବ ଝୁଲି ଗାଁରେ ମାଛ ଚାଷରୁ ହେଉଛି ଭଲ ରୋଜଗାର । ମା ସନ୍ତୋସି ଓ ମା ମାହେଶ୍ଵରୀ ସ୍ବୟଂସହାୟକ ଗୋଷ୍ଠୀ ମହିଳା ମାଛ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ । ବାୟୋଫ୍ଲୋକ ମାଛ ଚାଷରୁ ହେଉଛି ଭଲ ଲାଭ ।

ଗାଁ ଗାଁରେ ମହିଳା ହେଉଛନ୍ତି ସ୍ବାବଲମ୍ବୀ। ସମ୍ବଲପୁର ରେଢ଼ାଖୋଲ ବୈଷ୍ଣବ ଝୁଲି ଗାଁରେ ମହିଳା କମ ସ୍ଥାନରେ କରୁଛନ୍ତି ମାଛ ଚାଷ। ଟ୍ରେନିଂ ନେଲାପରେ ଘର ପାଖରେ ଦୁଇଟି କୁଣ୍ଡ ତିଆରି କରି ବାୟୋଫ୍ଲୋକ ପଦ୍ଧତିରେ ହେଉଛି ମାଛ ଚାଷ । କୁଣ୍ଡରେ ଦେଶୀ ମାଛ ସହିତ ଭିନ୍ନ ଭିନ୍ନ ପ୍ରକାରର ମାଛ ଛଡାହୋଇଛି । ଘରକାମ କରିବାପରେ ସମୟ ବାହାର କରି ମହିଳା ମାନେ ମାଛ ଚାଷରେ ଲାଗନ୍ତି । ମାଛ ଗୁଡିକ ବଢ଼ିଲା ପରେ ରେଢ଼ାଖୋଲ ମାର୍କେଟକୁ ବିକ୍ରି ପାଇଁ ପହଞ୍ଚିଥାଏ।

ମାଛ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା। ମହିଳାଙ୍କ ରୋଜଗାର ଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିଛି। କେବଳ ଘର କାମରେ ସୀମିତ ହୋଇ ରହିନାହାନ୍ତି ମହିଳା। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଦେଖାଉଛନ୍ତି ରୋଜଗାରର ରାସ୍ତା। ସରକାରୀ ସହଯୋଗ ଦ୍ବାରା ଏସବୁ ସମ୍ଭବ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

Latest Posts

Don't Miss