ସମ୍ବଲପୁରରେ ପଥର ମାଡ଼, ୨ IIC ଗୁରୁତର

ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକରାଲି ସମୟରେ ପଥରମାଡ଼ । ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ଼ ହୋଇଛି । ଅନ୍ୟଏକ ଗୋଷ୍ଠୀର ପଥର ମାଡରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଗୁରୁତର ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଲାଗିଛି ଆଘାତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି । ଅଟୋ ଓ କାର ଆଦିକୁ ଭାଙ୍ଗିଦେଇଛନ୍ତି ଉତ୍ତେଜନାକାରୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରର ମତିଜୀରା ମସଜିଦ ନିକଟରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।