ପରସ୍ପରଠୁ ଅଲଗା ହେବାପରେ ପ୍ରଥମ ଥର ନାଗା ଚୈତନ୍ୟଙ୍କ ସହ ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କଲେ ସମନ୍ଥା

ମୁମ୍ବାଇ: ମଙ୍ଗଳବାର ସମନ୍ଥା ରୁଥ୍‌ ପ୍ରଭୁ ନାଗା ଚୈତନ୍ୟଙ୍କ ସହ ଏକ ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ତେବେ ପରସ୍ପରଠାରୁ ଅଲଗା ହେବାପରେ ଏହା ହେଉଛି ଉଭୟଙ୍କ ପ୍ରଥମ ଫଟୋ । ତିନି ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା  ଫିଲ୍ମ ’ମାଜିଜି’ର ଏହା ଏକ ଦୃଶ୍ୟ । ସୂଚନାଯୋଗ୍ୟ ମାଜିଜି ହେଉଛି ଏକ ରୋମାଂଟିକ୍‌ ତେଲୁଗୁ ଫିଲ୍ମ ।

ଏପ୍ରିଲ ୫ ତାରିଖରେ ଫିଲ୍ମ ‘ମାଜିଜି’ ୩ ବର୍ଷ ପୂରା କରିଛି ।  କେବଳ ସେତିକି ନୁହେଁ ବରଂ ଆଉ ଏକ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି ସମନ୍ଥା ।

ସମନ୍ଥା ଏବଂ ନାଗା ଚୈତନ୍ୟ ବୋଧହୁଏ ଦକ୍ଷିଣ ଭାରତୀୟ ଫିଲ୍ମର  ଏକ ଆକର୍ଷଣୀୟ ଯୋଡ଼ି ଥିଲେ । କିନ୍ତୁ ଗତବର୍ଷ ଉଭୟ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ।  ବିଭିନ୍ନ କାରଣକୁ ନେଇ  ଦୀର୍ଘଦିନ ଧରି ଉଭୟ ଖବରର ହେଡଲାଇନ୍‌ ହୋଇ ରହିଥିଲେ । ଏକ ସାକ୍ଷାତକାରରେ ସମନ୍ଥା କହିଥିଲେଯେ, ନାଗା ଚୈତନ୍ୟ ଖୁବ ଭଲ  ଏବଂ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ । ସେ ଏହା ସହିତ କହିଥିଲେଯେ, ଆମେରିକାରେ ଥିବାବେଳେ ମୋ ମା’ଙ୍କୁ ଫୋନକଲ କରିବା ପାଇଁ ମୋ ପାଖରେ ଟଙ୍କାଟିଏ ନଥିଲା, କିନ୍ତୁ ଚୈତନ୍ୟଙ୍କ ଫୋନ୍‌ ନେଇ ମୋ ମା’ଙ୍କୁ କଲ୍‌ କରରିଥିଲି । ଯେତେବେଳେ ମୋ ପାଖରେ କିଛି ନଥିଲା ଚୈତନ୍ୟ ମୋତେ ସେବେଠାରୁ ଦେଖିଛନ୍ତି । ମୁଁ ମୋ ଜୀବନରେ କରିଥିବା ସବୁଠାରୁ ବଡ଼ ଭୁଲକୁ ମଧ୍ୟ ସେ ଦେଖିଛନ୍ତି ।