ପୂର୍ବ ଭାରତୀୟଙ୍କୁ ଚାଇନିଜ୍, ଦକ୍ଷୀଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କଲେ ଶାମ୍ ପିତ୍ରୋଦା
1 min readନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା କଂଗ୍ରେସ ନେତା ଶାମ୍ ପିତ୍ରୋଦାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ । ଭିଡିଓରେ ଦେଇଥିବା ତାଙ୍କ ବିବାଦୀୟ ବୟାନ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେ କହିଛନ୍ତି ଯେ, ଭାରତ ଏକ ବିବିଧତାର ଦେଶ, ଯେଉଁଠି ପୂର୍ବ ଭାରତରେ ରହୁଥିବା ଲୋକ ଚୀନ ପରି, ପଶ୍ଚିମ ଭାରତର ବାସିନ୍ଦା ଆରବ ଭଳି, ଉତ୍ତରଭାରତରେ ରହୁଥିବା ଲୋକ ଶ୍ୱେତ ଏବଂ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । କିନ୍ତୁ ଏଥିରେ କିଛି ଫରକ ପଡେ ନାହିଁ । ଆମେ ସମସ୍ତେ ଭାଇ ଓ ଭଉଣୀ । ସେ ଆହୁରି କହିଛନ୍ତି , ଆମେ ବିଭିନ୍ନ ଭାଷା, ଧର୍ମ , ରୀତିନୀତିକୁ ସମ୍ମାନ ଦେଇଥାଉ। ଏ ହେଉଛି ସେହି ଦେଶ ଯେଉଁଠି ମୋର ଭରସା ଅଛି ଓ ଯେଉଁଠି ସମ୍ମାନ ଦିଆଯାଏ ଏବଂ ଆପୋଷ ବୁଝାବଣା ମଧ୍ୟ କରାଯାଏ ।ହେଲେ ତାଙ୍କର ଏପରି ବୟାନକୁ ଅନେକ ଲୋକ ସମାଲୋଚନା ମଧ୍ୟ କରୁଛନ୍ତି ।
“Sir aap kuchh din ke liye interviews mat dijiye if possible..”
Sam Pitroda: pic.twitter.com/oI4Z99bHzY
— Shiv Aroor (@ShivAroor) May 8, 2024