ସାଲୁଗା ପ୍ରଧାନ ହେଲେ ବିଧାନସଭାର ଉପବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ସାଲୁଗା ପ୍ରଧାନ ହେଲେ ବିଧାନସଭାର ଉପବାଚସ୍ପତି । ନିର୍ଦ୍ବନ୍ଦ୍ବରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଆଜି ବିଧାନସଭାରେ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନୂଆ ଉପବାଚସ୍ପତିଙ୍କୁ ସ୍ବାଗତ କରିଥିଲେ । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ନୂଆ ଉପବାଚସ୍ପତିଙ୍କୁ ସ୍ବାଗତ କରିଥିଲେ । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହୋଇଛନ୍ତି ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଗତକାଲି ବିଧାନସଭା ସଚିବଙ୍କ ନିକଟରେ ସାଲୁଗା ପ୍ରଧାନ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୨୦୦୦ ଓ ୨୦୧୯ରେ ଜି.ଉଦୟଗିରି ବିଧାୟକ ଭାବେ ସାଲୁଗା ପ୍ରଧାନ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନାମାଙ୍କନ ପତ୍ର ଦାଖଲ ପରେ ଗୃହକାର୍ଯ୍ୟରେ ପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିଛନ୍ତି ସାଲୁଗା ପ୍ରଧାନ ।