ସଲମାନ ଖାନ କହିଲେ କେତେ ରୋଜଗାର କରିବ ସିକନ୍ଦର

ନନ୍ଦିଘୋଷ ବ୍ୟୁରୋ: ଇଦରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର । ୨୩ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବାବେଳେ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଟ୍ରେଲର ସବୁ ରେକର୍ଡ ଭାଙ୍ଗିଥିବାବେଳେ ଏହି ଫିଲ୍ମ ରେକର୍ଡ ରୋଜଗାର କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ତେବେ ଟ୍ରେଲର ଦେଖିବା ପରେ କିଏ କହୁଛି ୫୦୦ କୋଟି ରୋଜଗାର କରିବ ତ ଆଉ କିଏ କହୁଛି ହଜାର କୋଟି ରୋଜଗାର କରିବ । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ସଲମାନ ଖାନ ନିଜେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି କି, ଫିଲ୍ମ ଯେମିତି ବି ହେଉ ୨୦୦ କୋଟି ଟଙ୍କା ବ୍ୟବସାୟ କରିବ ନିଶ୍ଚୟ । ତେବେ ଇଦ୍, ଦୀପାବଳି ସମୟରେ ଯେଉଁ ଫିଲ୍ମ ରିଲିଜ ହୋଇଛି । ବଡ଼ କଳାକାରଙ୍କ ଫିଲ୍ମ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ଏହାକୁ ନେଇ ସଲମାନ କହିଛନ୍ତି କି, ଆମ ଫିଲ୍ମ ୨୦୦ କୋଟି ରୋଜଗାର କରିବ ନିଶ୍ଚୟ ।

ସେପଟେ ଆମେ ଯଦି ଫିଲ୍ମର ବଜେଟ୍ କଥା କହିବା ତାହେଲେ ଏହା ୪୦୦ କୋଟି ଟଙ୍କାର ରହିଛି । ବଡ଼ ବଜେଟର ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଦର୍ଶକେ ଟ୍ରେଲରକୁ ଦେଖିବା ପରେ ଅନୁମାନ କରିଛନ୍ତି । ତେବେ ଏହି ଫିଲ୍ମରେ ରଶ୍ମିକା ସଲମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ଉଭୟଙ୍କ ମଧ୍ୟରେ ୩୧ ବର୍ଷ ବୟସର ତାରତମ୍ୟ ରହିଛି । ଆଉ ଦର୍ଶକେ ଏମାନଙ୍କ ରୋମାନ୍ସ ସିନକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ।