‘ସନରାଇଜ ଓଭର ଅଯୋଧ୍ୟାରେ ଲେଖିଲେ ISIS ଓ ହିନ୍ଦୁତ୍ୱ ଭିତରେ ନାହିଁ ଫରକ ’

ନନ୍ଦିଘୋଷ ବ୍ୟୁରୋ: ଆଇଏସଏସ ଏମିତି ଦୁଇ ସଂଗଠନ ଯାହାର ନିଷ୍ଠୁରତା ଜଣେ ସାଧାରଣ ମଣିଷକୁ ବ୍ୟଥିତ କରିଦେବ  । ଏଠି ଆଇଏସଏସ ସଂଗଠନ କଥା ସମସ୍ତଙ୍କୁ ଜଣାଥିବ  । କିନ୍ତୁ ବୋକା ହାରାମ ଏଠି କାହାକୁ କୁହାଯାଇଛି ତାହା ଆପଣ ଜାଣିଛନ୍ତି କି ?  କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ଏମିତି କିଛି ଲେଖା ଏବେ ଦେଶର ବୃହତ ସମ୍ପ୍ରଦାୟ ଭିତରେ ନିଆଁ ଲଗାଇଛି  । ଠିକ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚର ପୂର୍ବରୁ ଜାତୀୟ  ରାଜନୀତିକୁ ସରଗରମ କରିଛି  ।

କଂଗ୍ରେସ ନେତା ସଲମାନ ଖୁର୍ସିଦ । ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦକୁ ନେଇ ‘ସନରାଇଜ ଓଭର ଅଯୋଧ୍ୟା’ ନାଁରେ ଏକ ବହି ଲେଖିଛନ୍ତି ।  ଆଉ ଏହି ବହିରେ ସନାତନୀ ହିନ୍ଦୁ ଏବଂ ହିନ୍ଦୁତ୍ୱକୁ ନିଚ୍ଚ ଦେଖାଇବା ସହ ହତ୍ୟାକାରୀ ଏବଂ ବ୍ୟଭିଚାରୀ ବୋଲି ଉଲ୍ଲେକ କରିଛନ୍ତି ଖୁର୍ସିଦ  । ଏମିତିକି ଆଇଏସଏସ ସଂଗଠନ ସହ ସନାତନୀ ହିନ୍ଦୁଙ୍କୁ ମଧ୍ୟ ତୁଳନା କରିବାକୁ ପଛାଇ ନାହାଁନ୍ତି  । ନରହତ୍ୟା , ନୀରିହ ଝିଅଙ୍କୁ ଅପହରଣ କରିବା, ଏବଂ କଟ୍ଟର ଇସଲାମିକ ସିରିଆ ଆଇନ ଲାଗୁ କରିବା ଭଳି କାର୍ଯ୍ୟ ଏହି ଦୁଇ ସଂଗଠନର  ମୁଖ୍ୟ ଉଦେଶ୍ୟ ବୋଲି ମଧ୍ୟ ସେ ଏହି ବହିରେ ଲେଖିଛନ୍ତି ।

୨୪ ଘଣ୍ଟା ପୂର୍ବରୁ ବହିର ଉନ୍ମୋଚନ ହୋଇଥିବାବେଳେ କିଛି ଘଣ୍ଟା ଭିତରେ ସମଗ୍ର ଦେଶରେ ଏହି ପ୍ରସଙ୍ଗ ରାଜନୈତିକ ରୂପ ନେବାକୁ ବସିଲାଣି  । କାରଣ ଦି ସଫ୍ରେନ ସ୍କାଇ ନାମରେ ୧୧୩ ନମ୍ବର ପେଜରେ ଖୁର୍ସିଦ ଲେଖିଛନ୍ତି, ଯେମିତିକି ଭାରତର ସାଧୁ-ସନ୍ଥ ନିଜକୁ ସନାତନୀ ଧର୍ମ ଏବଂ କ୍ଲାସିକ୍ଲାଲ ହିନ୍ଦୁ ବୋଲି କହିଥାନ୍ତି  । କିନ୍ତୁ ଏମାନେ ହିନ୍ଦୁତ୍ୱ ନାମରେ ଏମିତି କାର୍ଯ୍ୟ କରିବସନ୍ତି ଯେ, ଯେମିତି ଆଇଆଇଏସ ଏବଂ ବୋକା ହାରାମ ସଂଗଠନ ଗୁଡିକ ରାଜନୈତିକ ରୂପ ଦେବାରେ ଲାଗି ପଡ଼ନ୍ତି  । ହିନ୍ଦୁତ୍ୱକୁ କେବଳ ରା଼ଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଏ  । ନିର୍ବାଚନୀ ପ୍ରଚାରରେ ଏହାର ପ୍ରତିଫଳନ ହେଉଥିବା ୧୧୩ ନମ୍ବର ପେଜରେ ଲେଖିଛନ୍ତି ଖୁର୍ସିଦ  ।

ଯେତେବେଳେ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଖୋଦ କଂଗ୍ରେସର ଶୀର୍ଷ ନେତୃତ୍ୱ  ମନ୍ଦିରରେ ତିଳକ ମାରି ହାତେରେ ମାଳା ଜପୁଛନ୍ତି  । ସେତେବେଳେ ଖୁର୍ସିଦଙ୍କ ଏପରି ଲେଖା, କଂଗ୍ରେସରେ ହିଁ କେଁ ପୂରାଇଛି  । ସେପଟେ କଂଗ୍ରେସରେ ଥିବା ହିନ୍ଦୁ ନେତା ସଲମ୍ମାନ ଖୁର୍ସିଦଙ୍କ ଲେଖାକୁ ନେଇ ନାଖୁସ ଥିବାବେଳେ ବିଜେପି ପ୍ରେସମିଟ କରି ଏହି ନେତାଙ୍କ ବୟାନକୁ ନିନ୍ଦା କରିଛି  । ଏଭଳି ବାର୍ତ୍ତା କେଭଳ ରାଜନୈତିକ ଉଦେଶ୍ୟ ପ୍ରଣେଦିତ ନୁହେଁ ବଂର ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଉଲ୍ଲେଖ, ଏକ ବୃହତ ସମ୍ପ୍ରଦାୟକୁ ନିଚ୍ଚ ଦେଖାଇବା ପାଇଁ କଂଗ୍ରେସର ଏହି ନେତା ଆଇଏସଏସ ଭଳି ଆତଙ୍କବାଦୀ ସଂଗଠନ ସହ ତୁଳନା କରିଥିବା ବିଜେପି ଅଭିଯୋଗ କରିଛି  । ଏବଂ ସାଧାରମ ଲୋକେ ହିଁ ଏହାର ସଠିକ ଜବାବ ଦେବେ ବୋଲି ସେ କହିଛନ୍ତି  ।

ଅନ୍ୟ ପକ୍ଷରେ ଖୁର୍ସିଦଙ୍କ ଏପରି ବିବାଦିୟ ଲେଖାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଁଚିଛି  । ବିବେକ ଗର୍ଗ ନାମକ ଜଣେ ଆଇଜୀବୀ ଦିଲ୍ଲୀ ପୋଲିସ କମିଶନରରେ କେସ ଦାୟକର କରିଛନ୍ତି  । ହିନ୍ଦୁତ୍ୱକୁ ବଦନାମ କରିୂବାକୁ ଚେଷ୍ଟା କରୁଥିବା ଏବଂ ଏଭଳି ଏକ ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟକୁ ନିଚ୍ଚା ଦେଖାଇବା ଅଭିଯୋଗ କରିଛନ୍ତି ବିବେକ ଗର୍ଗ  । ୧୧ ଡିସେମ୍ବର ୧୯୯୫ ମସିହାରେ ଏମିତି ଏକ ମାମଲା ଜଷ୍ଟିସ ଜିଏସ ବର୍ମାଙ୍କ ଖଣ୍ଡପୀଠ ଶୁଣାଣୀ କରିଥିଲେ  । ଏହି ମାମଲାରେ ଜଷ୍ଟିସ ବର୍ମା କହିଥିଲେ ହିନ୍ଦୁତ୍ୱ କେବଳ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ ଏହା ଭାରତୀୟ ଲୋକଙ୍କର ଜୀବନଶୈଳୀ । ତେବେ ପୁଣି ଥରେ ଏଭଳି ଏକ ବିବାଦୀୟ ପ୍ରସଙ୍ଗ ଉପରେ ନ୍ୟାୟପାଳିକାଙ୍କ ରାୟ କଣ ଆସୁଛି, ତାହା ଉପରେ ହିଁ ନଜର

Leave a Reply