ସାଙ୍ଗଙ୍କୁ ୧୫ ପ୍ରତିଶତ ଡିସକାଉଣ୍ଟ୍ ଦେଲେ ସଲମାନ,ଫିଲ୍ମ ପାଇଁ ନେବେ କମ୍ ଫିସ୍

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ ଭାଇଜାନ ସଲମାନ ଖାନ। ନିକଟରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମ ‘ଅନ୍ତିମ’କୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ ବଲିଉଡ୍ ଭାଇଜାନ । ତେବେ ଏହି ଫିଲ୍ମ ପରେ ଖୁବଶୀଘ୍ର ସଲମାନ ଖାନ ତାଙ୍କ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ସାଜିଦ୍ ନାଡିଆଡଓ୍ବାଲ । ତେବେ ଏହି ଫିଲ୍ମରେ ସଲମାନ ତାଙ୍କ ଫିସ୍ କମ୍ କରିଛନ୍ତି । ଏହି ଫିଲ୍ମ ପାଇଁ ସଲମାନ ଖାନ ୧୨୫ କୋଟି ଟଙ୍କା ଫିସ୍ ନେବେ ।

ସଲମାନ ଖାନ ‘କଭି ଇଦ୍, କଭି ଦିଓ୍ବାଲୀ’ର ସୁଟିଂ ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଯାଉଛି । ଏକ ରିପୋର୍ଟ ଅନୁସାରେ ଯେତେବେଳେ ସୁପରଷ୍ଟାର ସଲମାନ ପ୍ରଯୋଜକ ସାଜିଦ୍ ନାଡିଆଡଓ୍ବାଲଙ୍କ ପାଖକୁ ଫିଲ୍ମ ସୁଟିଂର ତାରିଖ ଆଲୋଚନା ପାଇଁ ଯାଇଥିଲେ । ସେହି ସମୟରେ ପ୍ରଯୋଜକ ସଲମାନଙ୍କୁ ତାଙ୍କ ଫିସ୍ କମାଇବାକୁ ଅନୁରୋଧ କରିଥିଲେ । କାହିଁକି ନା କରୋନା ପାଇଁ ଫିଲ୍ମ ବଜାର ଖରାପ ସ୍ଥିତିରେ ଗତି କରୁଛି ।

ସାଜିଦ୍ କରିଥିବା ଏହି ଅନୁରୋଧକୁ ସଲମାନ ଖାନ ମାନିଥିଲେ। ଯାହା ଫଳରେ ସଲମାନ ତାଙ୍କ ଫିସ୍ କମ୍ କରିବାର ନିଷ୍ପତି ନେଇଥିଲେ । ସଲମାନ ତାଙ୍କ ଫିସରୁ ୧୫ ପ୍ରତିଶତ କମ୍ କରିଛନ୍ତି । ସୂଚନା ଅନୁସାରେ ଫିଲ୍ମ ରିଲିଜ୍ ହେବା ପରେ ସଲମାନ ଲାଭର କିଛି ଅଂଶ ପାଇବେ । ସଲମାନ ଖାନଙ୍କ ବ୍ୟାନର ‘ସଲମାନ ଖାନ ଫିଲ୍ମସ (ଏସକେଏଫ) ଏହି ଫିଲ୍ମରେ ମଧ୍ୟ ସାମିଲ ହୋଇଛି । କରୋନା ମହାମାରୀ ପୂର୍ବରୁ ‘କଭି ଇଦ୍ କଭି ଦିଓ୍ବାଲୀ ‘ପାଇଁ ଦସ୍ତଖତ କରିଥିଲେ ସଲମାନ । ସେତେବେଳେ ସଲମାନ ଏହି ଫିଲ୍ମ ପାଇଁ ୧୫୦ କୋଟି ଟଙ୍କା ନେବା ପାଇଁ ଚୁକ୍ତି କରିଥିଲେ ।

Leave a Reply