spot_img

Latest Posts

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍, ଏପ୍ରିଲ୍ ୩୦ରେ ମାରିବୁ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। ଆସନ୍ତା ୩୦ ଏପ୍ରିଲରେ ସଲମାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ ଆସିଛି। ୧୦ ଏପ୍ରିଲରେ ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଟ୍ରେଲର ରିଲିଜ କରିଥିଲେ।

ତେବେ ଟ୍ରେଲର ଲଞ୍ଚ ହେବାର କିଛି ସମୟ ମଧ୍ୟରେ ସଲମାନଙ୍କୁ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜର ପରିଚୟ ଗୋରକ୍ଷକ ରକି ଭାଇ ବୋଲି କହିବା ସହ ଆସନ୍ତା ୩୦ ଏପ୍ରିଲରେ ସଲମାନ ଖାନଙ୍କୁ ହତ୍ୟା କରିବୁ। ଆଉ ଏହି କଲ ମିଳିବା କ୍ଷଣି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ଗତ ୧୮ ମାର୍ଚ୍ଚରେ ମଧ୍ୟ ସଲମାନଙ୍କ ମ୍ୟାନେଜରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଯେଉଁଥିରେ ସଲମାନଙ୍କୁ ଧମକ ଦିଆଯାଇଥିଲା । ସଲମାନଙ୍କୁ ହତ୍ୟା କରିବାକୁ ଅନେକଥର ଷଡଯନ୍ତ୍ର ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ତେବେ ଲଗାତାର ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଛି । ଏପରିକି ସଲମାନ ନିଜ ସୁରକ୍ଷାକୁ ମଧ୍ୟ ଆହୁରି କଡାକଡି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯେଉଁଥିପାଇଁ ସଲମାନ ଏକ ବୁଲେଟ୍ ପ୍ରୁଫ୍ ଗାଡି ବିଦେଶରୁ ଆଣିଛନ୍ତି । ଏହାପୂର୍ବରୁ ବାରମ୍ବାର ହତ୍ୟା ଧମକ ପରେ ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

Latest Posts

Don't Miss