ହରିଣ ଶିକାର ମାମଲା: ପୁଣି କୋର୍ଟରେ ହାଜର ହେବେ ସଲମାନ୍ ଖାନ୍
1 min read
ମୁମ୍ୱାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପୁଣି କୃଷ୍ଣକାୟ ମୃଗ ଶିକାର ମାମଲାରେ ସଲମାନ ଖାନ୍ ଯୋଧପୁର କୋର୍ଟରେ ହାଜର ହେବାକୁ ପଡ଼ିବ । ରାଜସ୍ଥାନର ଯୋଧପୁରର ଜିଲ୍ଲା ଦୈରାଜଜ୍ କୋର୍ଟରେ ସଲମାନ୍ ଖାନଙ୍କୁ ୨୮ ଡିସେମ୍ୱରରେ ହାଜର ହେବାକୁ ପଡ଼ିବ । ଏହି ମାମଲାରେ ସୋମବାର ଜିଲ୍ଲା ଜଜ୍ଙ୍କ ଦ୍ୱାରା ଜାରି ଆଦେଶ ଏହା ଦର୍ଶାଯାଇଛି । ତେବେ ସୋମବାର ହୋଇଥିବା ମାମଲାର ଶୁଣାଣିରେ ସଲମାନଙ୍କ ହସ୍ତିମଲ ଶାଶ୍ୱତ ଅଦାଲତରେ ଉପସ୍ଥିତ ଅଛନ୍ତି ।
ସୂଚନା ଯୋଗ୍ୟ ଯେ, ୧୯୯୮ ମସିହାରେ ଫିଲ୍ମ ହମ୍ ସାଥ୍ ସାଥ୍ ହେଁ,ର ସୁଟିଂ ସମୟରେ ସଲମାନ୍ ଖାନ୍ ଏବଂ ତାଙ୍କ ଫିଲ୍ମରେ କାମ କରୁଥିବା ସେଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ୍, ସୋନାଲି ବିନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହ ଉପରେ କାଙ୍କଣି ଗାଁର ଏକ କୃଷ୍ଣକାୟ ହରିଣର ଶିକାର କରିଥିବା ଅଭିଯୋଗ ହୋଇଥିଲା । ଯାହା ଉପରେ କୋର୍ଟରେ ମାମଲା ଚାଲିଛି ।
https://www.instagram.com/p/CC1XXiElTKp/?utm_source=ig_embed&utm_campaign=embed_video_watch_again
ଏହି ମାମଲା ଚାଲଥିବା ଯୋଗୁଁ ସଲମାନ୍ ଖାନଙ୍କୁ ବେଳେ ବେଳେ କୋର୍ଟରେ ହାଜର ହେବାକୁ ପଡ଼ୁଛି । ୨୦୧୮ ମସିହା ଅପ୍ରେଲ ୫ରେ ଯୋଧପୁର ସେସନ୍ କୋର୍ଟର ମୁଖ୍ୟ ନ୍ୟାୟିକ ମଜିଷ୍ଟ୍ରେଟ୍ ଦେବକୁମାର ଖତ୍ରି କୃଷ୍ଣକାୟ ହରିଣ ଶିକାର ମାମଲାରେ ସଲମାନଙ୍କୁ ଦୋଷୀ ପାଇଥିବା ବେଳେ ତାଙ୍କୁ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ସଲମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଛି ।