ପୁଣି ସଲମାନଙ୍କୁ ଧମକ, ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ମେସେଜ୍। ବାର୍ତ୍ତା ପଠାଇଥିବା ବ୍ଯକ୍ତି ଜଣକ ନିଜକୁ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ସଦସ୍ୟ ବୋଲି କହିଛି।

ଏହାକୁ ହାଲୁକା ଭାବେ ନନେବାକୁ ମେସେଜରେ ଚେତାବନୀ ଦେଇଛି ଦୁର୍ବୃତ୍ତ। ଯଦି ଜୀବନରେ ବଞ୍ଚିବାକୁ ଚାହୁଁଛ ଏବଂ ଲରେନ୍ସ ବିଷ୍ଣୋଇ ସହ ବିବାଦ ତୁଟାଇବାକୁ ଚାହୁଁଛ ତେବେ ଏହି ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି। ମାମଲାକୁ ଅତି ଗମ୍ଭୀରତାର ଭାବେ ନେବା ସହ ତନାଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା | ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ | କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗର ହେଚେନମାନେ ମଧ୍ୟ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ।