ଭାଇଜାନଙ୍କ ମୁହଁରୁ, “ବନ୍ଦୀର ଆତ୍ମକଥା”

ମୁମ୍ବାଇ: କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ସୋ ବିଗବସ୍ ସିଜନ-୧୩ରେ ହୋଷ୍ଟ ସଲମାନ ଖାନ୍ ଜେଲ ଭିତରର ଦୁଃଖ ବଖାଣିଛନ୍ତି । ବନ୍ଦୀ ରହିବାର ଦୁଃଖ ଭଗବାନ କାହାକୁ ନଦିଅନ୍ତୁ ବୋଲି ମଧ୍ୟ କାମନା କରିଛନ୍ତି ସଲମାନ ।

ହଠାତ୍ କାହିଁକି ଏ କଥା ଉଠିଲା? ସୋରେ ସପ୍ତାହର ଖରାପ ପ୍ରଦର୍ଶନ ଆଧାରରେ ସେଲିବ୍ରିଟି କଣ୍ଟେଷ୍ଟାଣ୍ଟ ସିଦ୍ଧାର୍ଥ ଶୁକ୍ଳା ବିଗବସ୍ ଜେଲରେ ରାତି କାଟିଥିଲେ। ଜେଲରେ ଅସହ୍ୟ ଗରମ ହେଉଥିବା କହି ସେ ବାରମ୍ବାର କ୍ୟାମେରା ଆଗରେ ଅସନ୍ତୋଷ ଜାହିର କରୁଥିଲେ। ଓ୍ବିକେଣ୍ଡ କା ଓ୍ବାରରେ କଣ୍ଟେଷ୍ଟାଣ୍ଟଙ୍କ କ୍ଳାସ୍ ନେବା ସମୟରେ ସିଦ୍ଧାର୍ଥଙ୍କର ଏମିତି ଆଟିଟ୍ୟୁଡ଼ରେ ବିରକ୍ତ ହୋଇ ଅସଲ ଜେଲର ଅନୁଭୂତି ବଖାଣିଥଲେ ଭାଇଜାନ୍ । ସଲମାନ କହିଥିଲେ, “ତୁମେ ଭାଗ୍ୟବାନ, ତୁମ ଜେଲରେ ଖଟ ଅଛି, ଗଦି ଅଛି, ବାଥରୁମ ଅଛି, ଖାଇବାକୁ ଭଲଖାଦ୍ୟ ମଧ୍ୟ ଦିଆଯାଉଛି। ବାସ୍ତବରେ ଜେଲରେ ରାତି କାଟିବା ନର୍କ ଭଳି ଲାଗେ । ଯେଉଁଠି ଅରୁଚିକର ଖାଦ୍ୟ ଖାଇବା ପରେ ନିଜ ଥାଳି ନିଜେ ମାଜିବାକୁ ପଡ଼େ, ଚଟାଣରେ ଶୋଇବାକୁ ହୁଏ ଓ ସ୍ୱଚ୍ଛତା କଥା ନ କହିବା ଭଲ । ଭଗବାନ ଏମିତି କଷ୍ଟ କାହାକୁ ନଦିଅନ୍ତୁ । କଳା ହରିଣ ଶୀକାର ମାମଲାରେ ସଲମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ କିଛି ରାତି ବନ୍ଦୀ ଅବସ୍ଥାରେ ବିତାଇଥିଲେ । ସେହି ଅନୁଭୂତିକୁ ଉପସ୍ଥାପନା ସମୟରେ ସଲମାନଙ୍କ କୋହ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା ।

ସଲମାନଙ୍କ କଥାକୁ ଯଦି ଅନ୍ୟ ଦିଗରୁ ଦେଖାଯାଏ, ତେବେ ଜେଲ ସଂସ୍କାର ବ୍ୟବସ୍ଥା ଉପରେ ଏଠି ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ କଏଦୀଙ୍କୁ ବି ଜେଲରେ ଉତ୍ତମ ସୁବିଧା ଯୋଗାଇବା ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯେଉଁ ଜେଲ ବ୍ୟବସ୍ଥାରେ କ୍ଷୁବଧ ସଲମାନଙ୍କ ପରି ସେଲିବ୍ରିଟି ହୁଅନ୍ତି, ସେଠି ଦୀର୍ଘ ଦିନରୁ ବନ୍ଦୀ ଥିବା ଲୋକଙ୍କ କଥା ସହଜରେ ଅନୁମେୟ।

')}

Leave a Reply

Your email address will not be published.