spot_img

Latest Posts

ଆକ୍ସନରେ ଭାଇଜାନ: ମଜୁରିଆଙ୍କ ପରେ ମହିଳାମାନଙ୍କୁ ସାହାଯ୍ୟର ହାତ ବଢାଇଲେ ସଲମାନ

ମୁମ୍ବାଇ: କରୋନା ମହାମାରୀରେ ସବୁଆଡ଼େ ହା ହା କାରର ସ୍ୱର । ଦି ଓଳି ଦି ମୁଠା ଖାଇବାକୁ ସମସ୍ତେ କରୁଛନ୍ତି ସଂଘର୍ଷ । ଏହି ମଧ୍ୟରେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ ସହାୟତା ହାତ ବଢାଇ ଚାଲିଛନ୍ତି । ଯଦିଓ ସଲମାନ ନିଜ ଘରଠାରୁ ବହୁ ଦୂରରେ ଅଛନ୍ତି ତଥାପି ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଭୁଲି ନାହାଁନ୍ତି । ଏବେ ସଲମାନ ମହିଳାଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସୂଚନା ଅନୁସାରେ ସଲମାନ ଖାନ୍ ୫୦ ମହିଳାଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମାଲେଗାଁବରୁ ସଲମାନ ଖାନଙ୍କ ପାଖକୁ ଏକ ଫୋନ ଆସିଥିଲା ଏହା ପରେ ସେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଲମାନ ଖାନଙ୍କ ଟିମ୍ ଏହାର ସତ୍ୟାସତ୍ୟ ଜାଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ସଲମାନ ଖାନଙ୍କ ମ୍ୟାନେଜର ଏହି ଖବରକୁ ନିଶ୍ଚିତ ମଧ୍ୟ କରିଛନ୍ତି । ତାଙ୍କ ମ୍ୟାନେଜର କହିଛନ୍ତି ଯେ ଯେତେବେଳେ ସଲମାନ ଅନୁଭବ କରନ୍ତି ଯେ କେହି ଜଣେ ପ୍ରକୃତରେ ସାହାଯ୍ୟ ଆବଶ୍ୟକ କରନ୍ତି ସେତେବେଳେ ସଲମାନ ସାହାଯ୍ୟ ପାଇଁ ଆଗକୁ ଆସନ୍ତି ।

ଏହାବ୍ୟତିତ ନିକଟରେ କଂଗ୍ରେସର ବାବା ସିଦ୍ଧିକି ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ସଲମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଲେଖିଥିଲେ ” ଧନ୍ୟବାଦ ସଲମାନ ଖାନ୍, ଡେଲି ବେଜର୍ସକୁ ସାହାଯ୍ୟ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବାରୁ । ଯେତେବେଳେ ବି କେହି ସାହାଯ୍ୟ ଆବଶ୍ୟକ କରନ୍ତି, ତୁମେ ଗୋଟିଏ ପାଦ ଆଗକୁ ଯାଅ ଏବଂ ସାହାଯ୍ୟ କରିବାକୁ ଆଗେଇ ଆସ ।”

ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ସଲମାନ ଖାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୨୫୦୦୦ ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ । କିଛିଦିନ ପୂର୍ବରୁ ହିଁ ସେ ୧୬ହଜାର ମଜୁରିଆଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିଛନ୍ତି । ତେଣୁ ଏବେ ସୋସିଆଲ ମିଡ଼ିଆରେ ତାଙ୍କ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ ।

Latest Posts

Don't Miss