ଚୁଲବୁଲିଙ୍କ ସହ ନଜର ଆସିବେ ଚୁଲବୁଲ୍

1 min read

ବଲିଉଡ଼ର ଚୁଲବୁଲି ନାୟିକା ଏବେ ଚୁଲବୁଲ ପାଣ଼୍ଡେଙ୍କ ହାତରେ । ଆମେ କହୁଛୁ କିଛିଦିନ ହେବ ବଲିଉଡ଼ରୁ ଦୁରେଇ ରହିଥିବା ଚୁଲବୁଲି ନାୟିକା ପ୍ରୀତିଜିଣ୍ଟା କଥା ଯିଏ ଏବେ ପୁଣି ଲାଇମ ଲାିଟରେ । ସେ ପୁଣି ଆଉ କାହାସହ ନୁହେଁ ଦବଙ୍ଗ ଖାନ ଚୁଲବୁଲ ପାଣ୍ଡେଙ୍କ ସହ । ଏଥର ଏମିତି ଏକ ଅନ୍ଦାଜରେ ନଜର ଆସିବେ ପ୍ରୀତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି  ।

ତେବେ ପ୍ରୀତି ଜିଣ୍ଟା ସଲମାନ ଖାନଙ୍କ ଅଭିନିତ ଦବଙ୍ଗ-୩ ଫିଲ୍ମରେ ନଜର ଆସିବେ । ଏହାକୁ ପ୍ରୀତି ନିଜେ ସ୍ପଷ୍ଟ କରିଛନ୍ତି । ସେ ଏନେଇ ସୋସିଆଲ୍ ମିଡିଆରେ ସଲମାନ ଖାନଙ୍କ ସହ ଏକ ୟୁନିଫର୍ମ ସ୍ୱାଗର ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହାକୁ ସେ ତାଙ୍କର ଇନଷ୍ଟାଗ୍ରାମର ହାଲୋୱିନ ପୋଷ୍ଟରେ ଅପଲୋଡ଼ କରିଛନ୍ତି ।

ପ୍ରୀତି ଏଥିରେ ଏକ ରୟାଲ ବ୍ଲୁ ପୋଲିସ୍ ୟୁନିଫର୍ମ ସାଙ୍ଗକୁ ଏକ ଟୋପି ,ହାତରେ ଏକ ପିସ୍ତଲ ଓ ଥାଏ-ହାଇ-ବୁଟ୍ ପିନ୍ଧିଥିବା ବେଳେ ସଲମାନ ତାଙ୍କ ଚୁଲବୁଲ ପାଣ୍ଡେ ଷ୍ଟାଇଲରେ ନଜର ଆସିଛନ୍ତି । ସୂଚନା ଅନୁସାରେ, ପ୍ରୀତିଙ୍କ ଏହି ଗେଟ୍ଅପ ଦବଙ୍ଗ-୩ର ଏକ ଗୀତରେ ରହିଥିବା ଚର୍ଚ୍ଚା ହେଉଛି । ')}

Leave a Reply